Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରତି ଲୋକ ଭିତରେ ପ୍ରତିଭା ଅଛି : ନବୀନ

    Share on :
    Date: Aug 27, 2018    Views: 947

    ଭୁବନେଶ୍ୱର : ପ୍ରତି ଲୋକ ଭିତରେ ପ୍ରତିଭା ଅଛି  । ‘ମୁଁ ହିରୋ’ କାର୍ଯ୍ୟକ୍ରମ ଜରିଆରେ ପ୍ରତି ଲୋକ ଭିତରେ ପ୍ରତିଭା ଚିହ୍ନଟ କରି ସ୍ୱୀକୃତି ପ୍ରଦାନ କରିବା  । ଆପଣମାନଙ୍କର ମିଳିତ ଉଦ୍ୟମ ହିଁ ଓଡ଼ିଶା ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବ  । ବିଜୁ ଯୁବ ବାହିନୀର ‘ମୁଁ ହିରୋ’ କାର୍ଯ୍ୟକ୍ରମ ଅବସରରେ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ବିଜୁ ଯୁବ ବାହିନୀର ସଭ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେଯେ, ‘ମୁଁ ହିରୋ-ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କରି ମୁଁ ବହୁତ ଖୁସି  । ଓଡ଼ିଶା ବୀର ମାଟି । ଏ ମାଟିର ସନ୍ତାନମାନେ ଓଡ଼ିଆ ସ୍ୱାଭିମାନ ଓ ଗୌରବ ପାଇଁ ସବୁବେଳେ ସଂଗ୍ରାମ କରି ଆସିଛନ୍ତି  । ଆମର ପ୍ରତି ଗାଁ, ପ୍ରତି ସହର ଓ ପ୍ରତି ଘରେ ଗୋପବନ୍ଧୁ ଅଛନ୍ତି  । ମଧୁବାବୁ ଅଛନ୍ତି  । ବିଜୁବାବୁ ଅଛନ୍ତି  । ଧର୍ମପଦ ଅଛନ୍ତି  । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ପ୍ରତି ଲୋକ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବା  । ସେମାନଙ୍କୁ ସ୍ୱୀକୃତି ଦେବା ବୋଲି ନବୀନ କହିଛନ୍ତି  ।

    ସେ କହିଲେଯେ, ଡାକ୍ତର ହୁଅନ୍ତୁ ବା ଇଞ୍ଜିନିୟର, ଶିକ୍ଷକ ହୁଅନ୍ତୁ ବା ଚାଷୀ ଅବା ଜଣେ ସାଧାରଣ ମହିଳା  । ସମାଜ ପ୍ରତି ଏମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ଆମର ଲକ୍ଷ୍ୟ  । ସାଧାରଣ ଲୋକଟିଏ ମଧ୍ୟ ବହୁତ ବଡ଼ କାମ କରିଥାଏ  । ସେମାନେ ହେଉଛନ୍ତି ନୀରବ କର୍ମୀ, ପ୍ରକୃତ ହିରୋ  । ଖୁସିର କଥା, ଆଜି ସେହିପରି କିଛି ପ୍ରତିଭାସମ୍ପନ୍ନ ସଫଳ ବ୍ୟକ୍ତି ଆମ ସାଥିରେ ଅଛନ୍ତି  । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି  । ଆପଣମାନେ ହିଁ ହେଉଛନ୍ତି ସମାଜର ପ୍ରକୃତ ପ୍ରେରଣା  । ଆପଣମାନେ ହିଁ ହେଉଛନ୍ତି ପରିବର୍ତନର ପ୍ରକୃତ ବାହକ  । ଆପଣମାନଙ୍କର ସମସ୍ତଙ୍କର ମିଳିତ ଉଦ୍ୟମ ହିଁ ଓଡ଼ିଶା ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook