Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଖୁବଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଆଥଲେଟିକ ଏକାଡେ଼ମୀ

    Share on :
    Date: Aug 27, 2018    Views: 345

    ଭୁବନେଶ୍ୱର : ଦେଶର ଦ୍ରୁତତମ ପୁରୁଷ ଓ ମହିଳା ହେଉଛନ୍ତି ଓଡ଼ିଶାର  । ରାଜ୍ୟ ସରକାର ଆଥଲେଟିକସକୁ ଗୁରୁତ୍ୱାରୋପ କରୁଛନ୍ତି  । ତେଣୁ ଓଡ଼ିଶାରେ ଏକ ଆଥଲେଟିକ ଏକାଡେ଼ମୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  । ସେହିପରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଦୂତୀ ଚାନ୍ଦଙ୍କ ନିମନ୍ତେ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି  । 
    ମୁଖ୍ୟମନ୍ତ୍ରୀ ଦୂତୀ ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି  । ସେ କହିଛନ୍ତିଯେ, ଜଣେ ଓଡ଼ିଆ ଆଥଲେଟ ୨୦ ବର୍ଷ ପରେ ଦେଶ ପାଇଁ ପଦକ ଆଣିବା ଏକ ଗୌରବର ବିଷୟ  । ୧୯୯୮ ମସିହାରେ ଏସିଆନ ଗେମସରେ ଓଡ଼ିଆ ଆଥଲେଟ ରଚିତ ପଣ୍ଡା ମିସ୍ତ୍ରୀ ବ୍ରୋଞ୍ଜ ମେଡ଼ାଲ ପାଇଥିଲେ  । ଦୂତୀ ଚାନ୍ଦଙ୍କ ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି  ।
    ନବୀନ କହିଲେଯେ, ଏବେ ଦେଶର ଦ୍ରୁତତମ ମହିଳା ଓ ପୁରୁଷ ହେଉଛନ୍ତି ଓଡ଼ିଶାର  । ରାଜ୍ୟ ସରକାର ଆଥଲେଟିକସକୁ ସ୍ୱତନ୍ତ୍ର ଭାବେ ଫୋକସ କରୁଛନ୍ତି  । ଆଥଲେଟିକସମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୭ରେ ଓଡ଼ିଶା ୨୨ତମ ଏସିଆନ ଆଥଲେଟିକସ ଚାମ୍ପିଆନସିପ୍ ଆୟୋଜନ କରିଥିଲା  । ଆଗାମୀ ଦିନରେ ରାଜ୍ୟରେ ଉଚ୍ଚ ପ୍ରଦର୍ଶନକାରୀ ଆଥଲେଟିକ୍ସ ଏକାଡେ଼ମୀ ସ୍ଥାପନ କରିବାକୁ ଯୋଜନା କରାଯାଇଛି  । ଖୁବଶୀଘ୍ର ଏହାର ଶୁଭାରମ୍ଭ କରାଯିବ ବୋଲି ନବୀନ କହିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook