Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦୂତୀଙ୍କୁ ମିଳିବ ଦେଢ଼ କୋଟି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

    Share on :
    Date: Aug 27, 2018    Views: 1863

    ଭୁବନେଶ୍ୱର : ଏସିଆଡ଼ ଗେମରେ ଇତିହାସ ରଚିଥିବା ଦୂତୀ ଚାନ୍ଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଥିବାବେଳେ ପୁରସ୍କାର ବି ବର୍ଷା ହୋଇଛି  । ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାର ଦେଢ଼ କୋଟି ଟଙ୍କା ପୁରସ୍କାର ଦେବେ  । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।

    ଗତକାଲି ଦୂତୀ ମହିଳା ବର୍ଗ ୧୦୦ ମିଟର ଦୌଡ଼ରେ ରୋପ୍ୟ ପଦକ ହାସଲ କରିଥିଲେ  । ମାତ୍ର ୦.୦୨ ସେକେଣ୍ଡ ପାଇଁ ସେ ସ୍ୱର୍ଣ୍ଣରୁ ବଂଚିତ ହୋଇଥିଲେ ବି ଦୀର୍ଘ ୨୦ ବର୍ଷ ପରେ ଭାରତର ଗୌରବ ବୃଦ୍ଧି କରିଥିଲେ  । ଦୂତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଥିଲେ  । ଗତକାଲି ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ ଓ ଓଡ଼ିଶା ଅଲମ୍ପିକ ସଂଘ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା  । ତେବେ ଆଜି ମୁଖ୍ୟମନ୍ତ୍ରୀ ଦେଢ଼ କୋଟିର ପୁରସ୍କାର ରାଶି ଘୋଷଣା କରିଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook