Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସାଂସଦଙ୍କର ଲୋକପ୍ରିୟତା ନେଇ ସର୍ଭେ କରିବ ବିଜେପି

    Share on :
    Date: Aug 27, 2018    Views: 1339

    ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଖେଇ ଆସୁଛି  । କେଉଁ ସାଂସଦ ନିଜ ନିର୍ବାଚନମଣ୍ଡଳୀରେ ଲୋକପ୍ରିୟ ହୋଇଛନ୍ତି, କାହାର ଲୋକପ୍ରିୟତା ହ୍ରାସ ପାଇଛି, କାହାକୁ ଜନତା ପୁଣି ଥରେ ସାଂସଦ ଭାବେ ଦେଖିବାକୁ ଚାହୁଁଛନ୍ତି, କାହାକୁ ଟିକେଟ ଦେଲେ ଭୋଟ ହ୍ରାସ ପାଇବା ନିଶ୍ଚିତ, କେଉଁ ସାଂସଦ ନିଜ ସଂସଦୀୟ କ୍ଷେତ୍ରରେ କିଭଳି କାର୍ଯ୍ୟ କରିଛନ୍ତି, ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ବାସ୍ତବରେ କେତେ ଗାଁ ଆଦର୍ଶ ହୋଇପାରିଛି ଆଦି ପ୍ରସଙ୍ଗରେ ବିଜେପି ସର୍ଭେ କରିବାକୁ ଯୋଜନା କରିଛି  । ଏହି ସର୍ଭେ ଆଧାରରେ ହିଁ ଦଳ ୨୦୧୯ ଲୋକସଭା ନିର୍ବାଚନରେ ଟିକେଟ ଆଂବଟନ କରିବ ବୋଲି ଜାଣିବାକୁ ମିଳିଛି  । 

    ଏହି ସର୍ଭେ ପ୍ରକ୍ରିୟା ପ୍ରଥମେ ଦିଲ୍ଲୀରୁ ହିଁ ଆରମ୍ଭ ହେବ  । ପରେପରେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହି ସର୍ଭେ କରାଯିବ  । କେଉଁ ସାଂସଦ ଗତ ୨୦୧୪ରୁ ଏଯାବତ କ’ଣ  କରିଛନ୍ତି, ସଂଗଠନକୁ ସୁଦୃଢ଼ କରିବା ପାଇଁ କି ପଦକ୍ଷେପ ନେଇଛନ୍ତି, ନିଜ ନିର୍ବାଚନମଣ୍ଡଳୀର ବିକାଶ ନିମନ୍ତେ କି କି ପ୍ରକଳ୍ପ କରିଛନ୍ତି, କେଉଁ କେଉଁ ଅଭିନବ ଯୋଜନା କରାଯାଇଛି, ସେମାନଙ୍କୁ ପୁଣି ଥରେ ଦଳ କାହିଁକି ପ୍ରାର୍ଥୀ କରିବା ଦରକାର ବୋଲି ସେମାନେ ଭାବୁଛନ୍ତି ଆଦି ସମ୍ପର୍କରେ ସାଂସଦମାନେ ଏକ ଫର୍ମାଟରେ ଦଳକୁ ପ୍ରଦାନ କରିବେ  । ସାଂସଦଙ୍କ ବାସ୍ତବ କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯିବ  । ଯେଉଁଥିରେ ରାଜ୍ୟ ଓ ଜାତୀୟ ବିଜେପି ନେତାମାନେ ମଧ୍ୟ ରହିବେ  । ବିଭିନ୍ନ ନିର୍ବାଚନମଣ୍ଡଳୀ ଯାଇ ସେମାନେ ଜନସାଧାରଣଙ୍କ ଠାରୁ ସାଂସଦଙ୍କ ସମ୍ପର୍କରେ ପଚାରି ବୁଝିବେ  । ପରେ ଏହି ରିପୋର୍ଟ ସମ୍ମିଳିତ କରାଯାଇ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ପଠାଯିବ ପାଇଁ ବିଜେପି ସ୍ଥିର କରିଛି  । 

    ସୂଚନାଯୋଗ୍ୟଯେ, ବିଜେପି ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ଜିତିଥିଲା  । ଆମ ଆଦମୀ ପାର୍ଟି ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଖାତା ଖୋଲିନଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ଏକପାଖିଆ ଭାବେ ସଫଳତା ପାଇଥିଲା  । ଯାହାକି ବିଜେପିକୁ ଚିନ୍ତାରେ ପକାଇ ଦେଇଛି  । ସେହିପରି ଇତିମଧ୍ୟରେ ଆପ ପକ୍ଷରୁ ୫ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି  । 

    Maximum 500 characters

    ରାଜନୀତି View all

    Find Us on Facebook