Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବାଜପେୟୀଙ୍କ ନୀତି ଆଦର୍ଶରେ ବିଜେପି ଚାଲୁଛି କି ନାହିଁ, ତାହା ସାରା ଦେଶ ଦେଖୁଛି : ବିଜୟ

    Share on :
    Date: Aug 26, 2018    Views: 5575

    ଭୁବନେଶ୍ୱର : ଅଟଳ ବିହାରୀ ବାଜପେୟୀ ଜଣେ ମହାନ ବ୍ୟକ୍ତି ଥିଲେ  । ସମସ୍ତଙ୍କୁ ଆପଣାଇ ନେଉଥିଲେ  । ଦେଶ ଗଠନ ପାଇଁ ସେ ସମସ୍ତଙ୍କୁ ଡାକି ଆଲୋଚନା କରୁଥିଲେ  । ଭାରତର ସଂସଦରେ ମଧ୍ୟ ସମସ୍ତେ ତାଙ୍କ ପାଖରେ ମୁଣ୍ଡ ନୁଅାଁଇଥା’ନ୍ତି  । ଆଜି କ’ଣ ଭାରତ ବର୍ଷରେ ସେ ଅବସ୍ଥା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର  ।  ତାଙ୍କ ନୀତି ଆଦର୍ଶରେ ସମସ୍ତେ ଚାଲିବା ଉଚିତ  । ହେଲେ ବାଜପେୟୀଙ୍କ ନୀତି ଆଦର୍ଶରେ ବିଜେପି ଚାଲୁଛି କି ନାହିଁ ତାହା ସାରା ଦେଶ ଦେଖୁଛି ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି  ।

    ସେହିପରି ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା ପାଳନ କରୁଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ କହିଥିଲେ  । ଭାଷଣରେ ନୁହେଁ କାମରେ ଅନୁପ୍ରାଣୀତ ହେଲେ ବାଜପେୟୀଙ୍କ ଆତ୍ମା ଶାନ୍ତି ପାଇବ  ।

    ସେ କହିଥିଲେଯେ, ଯେଉଁମାନେ ଯୋଗାଡ଼ କରିଥିଲେ, ସେମାନେ ଯାହାକୁ ଡାକିଥିଲେ ସେମାନେ ଯାଇଥିଲେ  । ଶ୍ରଦ୍ଧାଞ୍ଜଳୀ ସଭାକୁ ସମସ୍ତେ ଯାଆନ୍ତି, ଯାଇଥିଲେ  । ଏହା ସହିତ ସମସ୍ତେ ଏକାଠି ହେବାର ସମ୍ପର୍କ କିଛି ନାହିଁ  । ହେଲେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ସମସ୍ତେ ଏକାଠି ହେବା ଉଚିତ୍  । ମହାନଦୀ ପ୍ରସଙ୍ଗରେ ମଧ୍ୟ ଆମେ ସମସ୍ତଙ୍କୁ ଏକାଠି ହେବାକୁ ନିବେଦନ କରିଥିଲୁ  । ଏକ ସାଧାରଣ ଚିଠା ମଧ୍ୟ ପ୍ରସ୍ତୁତ କରିଥିଲୁ  । ସମସ୍ତେ ସେ ପ୍ରସ୍ତାବରେ ରାଜି ମଧ୍ୟ ହୋଇଥିଲେ  । କିଛି ଲୋକଙ୍କର ବିରୋଧାଭାସ ଥିଲା  । ହେଲେ ରାଜନୀତିକ ମନୋବୃତି ରହିଲେ ଏକାଠି ହୋଇପାରିବନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook