Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ ପାଇଁ ପୁରସ୍କାର ଦିଆଯିବ : ମୁଖ୍ୟମନ୍ତ୍ରୀ

    Share on :
    Date: Aug 25, 2018    Views: 625

    ଭୁବନେଶ୍ୱର : ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ  । ଏଦିଗରେ ଭଲ କାମ କରିଥିବା ଗାଁ, ପଂଚାୟତ ଏବଂ ବ୍ଲକଗୁଡ଼ିକୁ ପୁରସ୍କୃତ କରାଯିବ  । ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମକୁ ଏକ ଆନେ୍ଦାଳନ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି  ।

    ସୁସ୍ଥ ରହିବା ଆମର ଅଧିକାର ଓ ଦାୟିତ୍ୱ ମଧ୍ୟ  । ସୁସ୍ଥ ରହିଲେ ହିଁ ଆମେ ପରିବାର ପାଇଁ କିଛି କରିପାରିବା  । ଦେଶ ପାଇଁ, ସମାଜ ପାଇଁ କିଛି କରିବା  । ନାଗରିକମାନଙ୍କ ସ୍ୱାସ୍ଥ୍ୟ ସହିତ ଦେଶର ଅର୍ଥନୀତି ଓ ବିକାଶର ଗଭୀର ସମ୍ପର୍କ ରହିଛି  । ତେଣୁ ସୁସ୍ଥ ରହିବା ପାଇଁ ଆମ ପରିବେଶକୁ ସଫା ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।

    ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୧୦ଟି ଜିଲ୍ଲାର ଲକ୍ଷାଧିକ ଜନତାଙ୍କ ସହିତ ସୁସ୍ଥ ପରିବେଶ ସମ୍ପର୍କରେ ଆଲୋଚନା କରିଥିଲେ  । ଆମ ମୁଖ୍ୟମନ୍ତ୍ରୀ ଆମ କଥା ଭାବରେ ନାମିତ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଭଲ ପରିବେଶ ସବୁବେଳେ ଭଲ କାମ ପାଇଁ ପ୍ରେରଣା ଦେଇଥାଏ  । ତେଣୁ ଜନସାଧାରଣ ସମସ୍ତେ ନିଜ ଘରେ ପାଇଖାନା କରିବା ସହିତ ପରିବାରର ସବୁ ସଦସ୍ୟ ଏହାକୁ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ  । ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମର ସୁଯୋଗ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ  । ପାଇଖାନା ନିଜେ ବ୍ୟବହାର କରିବା ସହିତ ଏଦିଗରେ ଅନ୍ୟମାନଙ୍କୁ ସଚେତନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ  । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ସମସ୍ତେ ଆମ ଗାଁର ପରିବେଶକୁ ସଫା ରଖିବା ଦିଗରେ ଯନôବାନ ହେବା ଉଚିତ  । ପରିବେଶ ସଫା ରହିଲେ ଆମେ ବିଭିନ୍ନ ରୋଗକୁ ଦୂରେଇ ପାରିବା ବୋଲି ନବୀନ କହିଥିଲେ  ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook