Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରଶ୍ମିରଞ୍ଜନ ପରିଡ଼ା ହେଲେ ଓଡ଼ିଶା କ୍ରିକେଟ ଦଳର କୋଚ

    Share on :
    Date: Aug 25, 2018    Views: 485

    ଭୁବନେଶ୍ୱର: ଦେବାଶିଷ ମହାନ୍ତିଙ୍କ ସ୍ଥାନ ହେଲେ ରଶ୍ମିରଞ୍ଜନ ପରିଡ଼ା ।  ଓଡ଼ିଶା କ୍ରିକେଟ ଦଳର କୋଚଭାବେ ରଶ୍ମିରଞ୍ଜନ ପରିଡ଼ା ନିଯୁକ୍ତ ହୋଇଛନ୍ତି । ୨୦୧୮-୧୯ ରଣଜୀ ସିଜିନ ପାଇଁ ରଶ୍ମିରଞ୍ଜନ କୋଚଭାବେ ନିଯୁକ୍ତ ହୋଇଛନ୍ତି । ଦେବାଶିଷ ମହାନ୍ତି ଜାତୀୟ କନିଷ୍ଠ ଚୟନକର୍ତ୍ତାଭାବେ ନିଯୁକ୍ତ ହୋଇଛନ୍ତି । ଦେବାଶିଷଙ୍କ ନିଯୁକ୍ତି ପରେ ଓଡ଼ିଶା ଟିମର କୋଚ ପଦ ଖାଲିପଡ଼ିଥିଲା ।  ପ୍ରକାଶ ଯେ, ୧୯୭୭ ମସିହା ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିବା ରଶ୍ମିରଞ୍ଜନ ପରିଡ଼ା ଓଡ଼ିଶା, ରାଜସ୍ଥାନ ଓ ଆସାମ ପାଇଁ ଖେଳିଛନ୍ତି । ଡାହାଣ ହାତୀ ବ୍ୟାଟ୍ସମ୍ୟାନଭାବେ ପରିଚିତ ରଞ୍ଜିରଞ୍ଜନ ଓଡ଼ିଶା ପାଇଁ ପ୍ରଥମ ଥର ୧୯୯୪ ମସିହାରେ ଖେଳିବା ଆରମ୍ଭ କରିଥିଲେ । ଆଉ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ପାଇଁ ଖେଳିଥିଲେ । ପରେ ସେ ଏକ ବର୍ଷ ପାଇଁ ଆସାମ ପାଇଁ ଖେଳିବା ପରେ ସେ ରାଜସ୍ଥାନ ପାଇଁ ଖେଳିଥିଲେ । ଆଉ ରାଜସ୍ଥାନକୁ  ୨୦୧୦-୧୧ ରଣଜୀ ଟ୍ରଫି ଜିତାଇବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  ତେବେ ୨୦୧୩-୧୪ ରଣଜି ଟ୍ରଫିରେ ସେ ବିଦର୍ଭ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook