Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଜାଣନ୍ତୁ ଭଜା ରସୁଣର ଉପକାରିତା

    Share on :
    Date: Aug 25, 2018    Views: 1078

    ରସୁଣ ଯେ ଆମ ଶରୀର ପାଇଁ ବହୁ ଉପକାରୀ ଏହା ସମସ୍ତେ ଜାଣନ୍ତି । ମୋଟା ପଣକୁ କମାଇବା, ମଧୁମେହ ରୋଗୀଙ୍କ ରୋଗ ନିୟନ୍ତ୍ରଣ, କୋଲେଷ୍ଟ୍ରଲ ଆଦି ବିଭିନ୍ନ ରୋଗ ଠାରୁ ରସୁଣ ଶରୀରକୁ ଦୂରେଇ ରଖିବାରେ ସହାୟକ ହୋଇଥାଏ । ଶୋଇବା ପୂର୍ବରୁ ଅଳ୍ପ ଭଜା ହୋଇଥିବା ରସୁଣ ଖାଇବା ଦ୍ୱାରା ଆମ ଶରୀର ପାଇଁ ଏହା ଖୁବ ଲାଭଦାୟକ ହୋଇଥାଏ । ଜାଣନ୍ତୁ ତାହା କ’ଣ...
     ଅଳ୍ପ ଭଜା ହୋଇଥିବା ରସୁଣ ଖାଇବା ଦ୍ୱାରା ଏହା ଆମ ହୃଦୟକୁ ସୁସ୍ଥ ରଖିଥାଏ । ଏହା ଶରୀର ପାଇଁ ଆବଶ୍ୟକ ହେଉଥିବା କ୍ୟାଲସିୟମର ବୃଦ୍ଧି କରିଥାଏ । ଅନାବଶ୍ୟକ  କ୍ୟାଲସିୟମକୁ ଦୂର କରିଥାଏ ।
    ଏହା ଖାଇବା ଦ୍ୱାରା ହାଡ଼ ବହୁତ ଶକ୍ତ ହୋଇଥାଏ । ଚର୍ମକୁ ମଧ୍ୟ ସୁସ୍ଥ ରଖିଥାଏ ।
    ରକ୍ତ ଚାପ ଥିବା ଲୋକମାନେ ନିୟମିତ ଭଜା ରସୁଣ ଖାଇଲେ ଏହା ବହୁତ ଉପକାରୀ ହୋଇଥାଏ । ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଭଜା ରସୁଣ । 
    ଅଧିକ ମୋଟା ଥିବା ଲୋକମାନେ ନିୟମିତ ଏକ ମାସ ଶୋଇବା ପୂର୍ବରୁ ୨ଟି ଭଜା ରସୁଣ ଖାଇଲେ ମୋଟା ପଣ ଦୂର ହୋଇଥାଏ । ଗର୍ଭବତୀ ମହିଳାମାନେ ଏହା ଖାଇଲେ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ । 

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook