Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଇଣ୍ଡିଆ ସିଏସଆର ଲିଡରସିପ ସମିଟରେ ଜେଏସପିଏଲ ସମ୍ମାନୀତ

    Share on :
    Date: Aug 24, 2018    Views: 93

    ଭୂବନେଶ୍ୱର : ରାୟପୁର ଠାରେ ଅନଷ୍ଠିତ ଇଣ୍ଡିଆ ସିଏସଆର ଲିଡରସିପ ସମିଟ୍ରେ ଜେଏସପିଏଲକୁ ସିଏସଆର ପ୍ରୋଜେକ୍ଟ ଅଫ୍ ଦ ଡିକେଡ୍ ୨୦୧୮ ସମ୍ମାନରେ ସମ୍ମାନୀତ କରାଯାଇଛି  । ଜେଏସପିଏଲ ରାୟଗଡର ମୂଖ୍ୟ ପ୍ରଦିପ ଟଣ୍ଡନ୍ ଛତିଶଗଡର ଜଳସଂପଦ ଓ କୃଷି ମନ୍ତ୍ରୀ ବ୍ରିଜମୋହନ ଅଗରୱାଲଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ  । ଏହି ଅବସରରେ, ଦୈନିକ ଜାଗରଣ ଗ୍ରୁପର ଉପଦେଷ୍ଟା ସର୍ବ ମିତ୍ର ଶର୍ମା, ବାଲ୍କୋର ସିଇଓ  ବିକାଶ ଶର୍ମା, ଇଣ୍ଡିଆ ସିଏସଆରର ପରିଚାଳନା ସଂପାଦକ ରୁସେନ୍ କୁମାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ  । ମୂଖ୍ୟ ଅତିଥି  ବ୍ରିଜମୋହନ ଅଗରୱାଲ ଜେଏସପିଏଲକୁ ଅଭିନନ୍ଦନ ଜଣାଇଥିଲେ  । 

    ଗତ ଏକ ଦଶନ୍ଧି ମଧ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ଜେଏସପିଏଲକୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି  ।

    ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଥିଲେ ଯେ, ସମାଜର ଦୁର୍ବଳଶ୍ରେଣୀର ଲୋକମାନଙ୍କ ବିକାଶ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ସର୍ବଦା କାର୍ଯ୍ୟ କରିଆସିଛି  । ଲୋକମାନଙ୍କ ନିମନ୍ତେ କାର୍ଯ୍ୟ କରିବା ନିମନ୍ତେ ଏହି ପୁରସ୍କାର ଅଧିକ ପ୍ରେରଣା ଯୋଗାଇବ ବୋଲି ସେ କହିବା ସହିତ ଇଣ୍ଡିଆ ସିଏସଆର ନେଟୱର୍କ ଓ ଜୁରୀ ମେମ୍ବର ମାନଙ୍କୁ ଧନ୍ୟବାଦ ଜଣାଇଥିଲେ  । 
    ଗତ ୧୦ ବର୍ଷ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି ବିକାଶ, କୌଶଳ ବିକାଶ, କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଜେଏସପିଏଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି  । ଏହା ଦ୍ୱାରା ୧୦ ଲକ୍ଷରୁ ଅଧିକ ଲୋକ ଲାଭାନ୍ୱୀତ ହୋଇଛନ୍ତି  । 

     

    Maximum 500 characters

    ଅର୍ଥନୀତି View all

    Find Us on Facebook