Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଯୁବବର୍ଗ ଓ ଭଲଲୋକ ରାଜନୀତିକୁ ଆସିବା ଉଚିତ : ମୁଖ୍ୟମନ୍ତ୍ରୀ

    Share on :
    Date: Aug 24, 2018    Views: 1259

    ଭୁବନେଶ୍ୱର : ଲୋକଙ୍କୁ ଭଲ ପାଇବା ହିଁ ସମସ୍ତ ନେତାଙ୍କର ରାଜନୀତିକ ଦର୍ଶନ ଓ ନୀତି ହେବା ଆବଶ୍ୟକ  । ଲୋକଙ୍କୁ ଭଲ ପାଇଲେ କ୍ଷମତା, ସମ୍ପତି ଓ ପଦବୀର ଆବଶ୍ୟକତା ପଡ଼ିବ ନାହିଁ  । ଯୁବବର୍ଗ ଓ ଭଲ ଲୋକ ରାଜନୀତିକୁ ଆସିଲେ ସମାଜରେ ପରିବର୍ତନ ଆସିପାରିବ  । ଶ୍ରେଷ୍ଠ ବିଧାୟକଙ୍କୁ ପୁରସ୍କାର ପ୍ରଦାନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, ଆମର ସଂସଦୀୟ ଗଣତନ୍ତ୍ରକୁ ସମୃଦ୍ଧ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଧାୟକମାନଙ୍କୁ ସମ୍ମାନୀତ କରିବାର ପରମ୍ପରା ଓଡ଼ିଶା ବିଧାନସଭା ବଜାୟ ରଖିଛି । ଗଣତାନ୍ତ୍ରିକ ସମାଜରେ ଜନପ୍ରତିନିଧିମାନେ ଜନସାଧାରଣଙ୍କ ସହ ବେଶୀ ସମୟ ବିତାଇଥାନ୍ତି । ନିଜ ନିଜ ସମସ୍ୟାର ସମାଧାନ ପାଇଁ ଆଶା ରଖି ଜନସାଧାରଣମାନେ ଲୋକପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି । ଜନସାଧାରଣଙ୍କ ଏହି ଆସ୍ଥା ଜନପ୍ରତିନିଧିମାନଙ୍କର ଉ ରଦାୟିତ୍ୱକୁ ବଢ଼ାଇ ଦେଇଥାଏ । ବିଧାୟକମାନେ ଆମର ସଂସଦୀୟ ଗଣତାନ୍ତ୍ରିକ ଉଚ୍ଚ ପରମ୍ପରାକୁ ସମ୍ମାନ ଦେବା ସହ ବିନା ଭୟରେ ଓ ବିନା ପକ୍ଷପାତିତାରେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । 

    ବିଧାୟକମାନେ ଲୋକମାନଙ୍କର ଅଭିଳାଷକୁ ପୂରଣ କରିବା ସହ ବିତର୍କ ଓ ଆଇନ ପ୍ରଣୟନରେ ଅଂଶଗ୍ରହଣ କରି ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥାନ୍ତି । ମାର୍କିନ ଲୁଥରଙ୍କ ଭାଷାରେ ଯେପର୍ଯ୍ୟନ୍ତ ତୁମେ ଲୋକମାନଙ୍କୁ ଭଲ ନପାଇଛ ସେପର୍ଯ୍ୟନ୍ତ ତୁମେ ତାଙ୍କର ନେତୃତ୍ୱ ନେଇପାରିବ ନାହିଁ । ପ୍ରତ୍ୟେକ ରାଜନେତାଙ୍କ ପାଇଁ ଏହା ହିଁ ରାଜନୀତିକ ଦର୍ଶନ ଓ ନୀତି ହେବା ଆବଶ୍ୟକ । ଯଦି ଆପଣ ଜନତାଙ୍କୁ ଭଲ ପାଇବେ ତେବେ ତୁମେ ତୁମ ପଦବୀକୁ ଖାଲି ପଦବୀ ବୋଲି ବିବେଚନା କରିବ ନାହିଁ, ବରଂ ଏହାକୁ ଜନତାଙ୍କ ସେବା ବୋଲି ମନେକରିବ । ତୁମେ କ୍ଷମତାକୁ କ୍ଷମତା ଭାବେ ନୁହେଁ, ବରଂ ଜନତାଙ୍କ ଜୀବନ ପରିବର୍ତନର ସାଧନ ଭାବେ ମନେ କରିବ । ଯଦି ତୁମେ ଲୋକଙ୍କୁ ଭଲ ପାଇବ ତେବେ ରାଜନୀତି ସହ ଜଡ଼ିତ କ୍ଷମତା, ସଂପତି ଓ ପଦବୀ ଭଳି ନକରାତ୍ମକ କାରକଗୁଡ଼ିକର ମାନେ କିଛି ରହିବ ନାହିଁ । ମୁଁ ଆଶା କରୁଛି, ଅଧିକରୁ ଅଧିକ ଯୁବକ ଓ ଭଲ ଲୋକମାନେ ରାଜନୀତିକୁ ଆସିବେ । ଯୁବବର୍ଗ ଜନତାଙ୍କ ସେବାକୁ ମିଶନ ଭାବେ ଗ୍ରହଣ କଲେ ଆମେ ଯେଭଳି ଚାହିଁବା ସେଭଳି ଭାବେ ଆମ ସମାଜକୁ ବଦଳାଇପାରିବା । ସେମାନେ ହିଁ ହେଉଛନ୍ତି ପରିବର୍ତନର ପ୍ରକୃତ ବାହକବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

    ଏହି ଅବକାଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଧନ୍ୟବାଦ ଜଣାଇଥିଲେ । ସମସ୍ତ ପୁରସ୍କୃତ ବିଧାୟକମାନଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଗଣତନ୍ତ୍ରର ବିକାଶ ଦିଗରେ ଏହା ସେମାନଙ୍କୁ ଉତ୍ସାହିତ କରିବ ବୋଲି ନବୀନ କହିଛନ୍ତି । 

    Maximum 500 characters

    ଅଧିକ ମତାମତ

    Dear CM Sir, party should be for BJD...

    B C Sethi

    Aug 24, 2018

    ଯୋଜନା ଓ ବିକାଶ View all

    Find Us on Facebook