Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆନ ଗେମସ: ସ୍ୱର୍ଣ୍ଣରୁ ଶୁକ୍ରବାର ଆରମ୍ଭ

    Share on :
    Date: Aug 24, 2018    Views: 203

    ନୂଆଦିଲ୍ଲୀ: ଏସିଆନ ଗେମସର ୬ଷ୍ଠ ଦିନ ଅର୍ଥାତ ଶୁକ୍ରବାରରେ ଭାରତ ସ୍ୱର୍ଣ୍ଣ ପଦକରୁ ବିଜୟ ଅଭିଯାନ ଆରମ୍ଭ କରିଛି । ନୌଚାଳନାରେ ପ୍ରଥମେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୪ଜଣିଆ ପୁରୁଷ ଟିମ ଇଭେଂଟରେ ଭାରତକୁ ଏହି ପଦକ ମିଳିଛି । ଏହି ଟିମରେ ସାୱର୍ଣ୍ଣ ସିଂହ, ଦତୁବାବନ ଭୋକନାଲ, ଓମପ୍ରକାଶ ଓ ସୁଖମୀତ ସିଂହ ରହିଛନ୍ତି । ସେହିପରି ନୌଚାଳନାରେ ମଧ୍ୟ ଭାରତ ଦୁଇଟି ବ୍ରୋଞ୍ଜ ପଦକ ଜିତିଛି । ସେହିପରି ହିନା ସିଦ୍ଧୁ ଭାରତ ପାଇଁ ବ୍ରୋଞ୍ଜ ପଦକ ଆଣିଛନ୍ତି । ୧୦ମିଟର ଏୟାର ପିସ୍ତଲରେ ହୀନା ଏହି ପଦକ ଜିତିଛନ୍ତି । ସେହିପରି ପୁରୁଷ ଡବଲସରେ ବୋପାନ୍ନା-ଶରଣଙ୍କ ଟେନିସ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ସେହିପରି ପୁରୁଷ ସିଙ୍ଗଲସ ବିଭାଗରେ ଦୁଷ୍ମନ୍ତ ଚୌଧୁରୀ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ତେବେ ବର୍ତମାନ ସୁଦ୍ଧା ଭାରତ ମୋଟ ୨୩ଟି ପଦକ ହାସଲ କରିଥିବା ବେଳେ ୬ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ଜିତିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook