Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଏମିତି : ଚାନ୍ଦୁଆ ଛତ୍ରିରେ ଆସିଲେ ବିଜେପି ନେତା

    Share on :
    Date: Aug 24, 2018    Views: 4081

    ଭୁବନେଶ୍ୱର : ମହାନ ଜନନାୟକ ଅଟଳ ବିହାରୀ ବାଜପାୟୀଙ୍କୁ ସାରା ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳୀ  । ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ମଧ୍ୟ ହାତକୁ ନିଆଯାଇଛି  । ‘ଅଟଳ କଳସ ଯାତ୍ରା’ ସହ ସର୍ବଦଳୀୟ ଓ ସାର୍ବଜନୀନ ଶ୍ରଦ୍ଧାଞ୍ଜଳୀ ସଭା ମଧ୍ୟ ଆୟୋଜିତ ହୋଇଛି  । ତେବେ ବିଜେପିର ଶ୍ରଦ୍ଧାଞ୍ଜଳୀ ସଭା ଓ କଳସ ଯାତ୍ରା ବେଳେ ନେତାଙ୍କ ଭାବଭଙ୍ଗୀକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ଏମିତିକି ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ବିଜେପି ବାଜପେୟୀଙ୍କୁ ନେଇ ରାଜନୀତି କରୁଛି ବୋଲି କହିବାକୁ ପଛାଇନାହାନ୍ତି  । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକସଭା ନା ପିକନିକ ବୋଲି କହି ସମାଲୋଚନା କରିଛନ୍ତି  । ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାମାନେ କିଭଳି ଶ୍ରଦ୍ଧାଞ୍ଜଳୀ ଦେବାବେଳେ ହସିହସି ଫଟୋ ପୋଜ୍ ଦେଇଥିଲେ ତାହା ସମସ୍ତେ ଦେଖି ସାରିଛନ୍ତି  । ଏହି ଫଟୋ ଭାଇରାଲ ହେବା ସହ ଖୋଦ ବିଜେପି ନେତାମାନେ ମଧ୍ୟ ସୋସିଆଲ ମିଡ଼ିଆରେ ନିଜ ଦଳୀୟ ନେତାମାନଙ୍କୁ ସମାଲୋଚନା କରିଥିଲେ  । ତେବେ ଗତକାଲି ‘ଅଟଳ କଳସ ଯାତ୍ରା’ ବେଳେ ପିପିଲିରୁ ବିଜେପି ଟିକେଟରୁ ଲଢ଼ିବାକୁ ଆଶାୟୀ ଆଶ୍ରୀତ ପଟ୍ଟନାୟକଙ୍କ ଛତ୍ରି ଯାତ୍ରାକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି  । ପିପିଲି ଚାନ୍ଦୁଆରେ ହୋଇଥିବା ଏହି ଛତ୍ରିରେ ଆଶ୍ରୀତ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଉଥିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି  । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook