Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓଡ଼ିଶା ହେବ ଦକ୍ଷିଣ ଏସିଆର ନିର୍ମାଣ ହବ : ମୁଖ୍ୟମନ୍ତ୍ରୀ

    Share on :
    Date: Aug 23, 2018    Views: 1075

    ଭୁବନେଶ୍ୱର : ପୂର୍ବ ଭାରତର ନିର୍ମାଣ ହବ ଭାବେ ଓଡ଼ିଶା ଉଭା ହୋଇସାରିଛି  । ଓଡ଼ିଶାକୁ ଦକ୍ଷିଣ ଏସିଆର ନିର୍ମାଣ ହବ ଭାବେ ପରିଣତ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ  । ୧୫ଟି ଶିଳ୍ପ ୟୁନିଟ ଉଦଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ମୁଖ୍ୟମନ୍ତ୍ରୀ କହିଲେଯେ, ରାଜ୍ୟ ସରକାର ୩ଟି; ସ୍ୱଚ୍ଛତା, ବୈଷୟିକ ପ୍ରଯୁକ୍ତି ଓ ଟିମ ୱାର୍କ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି  । ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ପ୍ରଗତିଶୀଳ ନୀତି ପ୍ରଣୟନ କରାଯିବା ସହ ଷ୍ଟେଟ ଅଫ ଦ ଆର୍ଟ ଇନଫ୍ରାଷ୍ଟ୍ରକଚରର ବିକାଶ କରାଯାଉଛି  । ବନ୍ଦରଭିତିକ ନିର୍ମାଣ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି  । ପୂର୍ବତଟ ଅର୍ଥନୀତିକ କରିଡ଼ର ସହ ୩ ଗଭୀର ଜଳ ବନ୍ଦର ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି  ।

    ନବୀନ କହିଲେଯେ, ୨୦୧୬ରେ ମେକ ଇନ ଓଡ଼ିଶା ସମ୍ମେଳନର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା  । ଏହି ସମ୍ମେଳନରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଘୋଷଣା କରାଯାଇଥିଲା  । ରାଜ୍ୟ ସରକାର ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ  । ଫଳରେ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ପ୍ରାୟ ୬୫% ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ଅନୁମୋଦନ ପାଇଥିବାବେଳେ କାର୍ଯ୍ୟାନ୍ୱୟନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି  ।

    ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମେଳନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେଯେ, ଏହି ସମ୍ମେଳନର ସଫଳତା ପାଇଁ ସମସ୍ତ ବିଭାଗ କାର୍ଯ୍ୟ କରୁଛନ୍ତି  । ଜାପାନ ଏହି ସମ୍ମେଳନର କଂଟ୍ରି ପାର୍ଟନର ହେବବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  । 

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୫ ଶିଳ୍ପ ୟୂନିଟର ଉଦଘାଟନ କରିଛନ୍ତି  । ଏହାଦ୍ୱାରା ରାଜ୍ୟରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ଓସିଏଲ ଇଣ୍ଡିଆ, ଇଫକୋ, ଯାଜପୁର ସିମେଂଟ, ଜ୍ୟୋତି ସୋଲାର ସଲୁ୍ୟସନସ, ଗ୍ରାସିମ ଇଣ୍ଡଷ୍ଟି୍ର, ଇଣ୍ଡୋ ନିସିନ ଫୁଡ଼ସ, ହିନ୍ଦୁସ୍ତାନ ଅର୍ବାନ ଇନଫ୍ରାଷ୍ଟ୍ରକଚର, ଶ୍ରୀମାଲାନୀ ଫୋମସ, ସୁଗୁଣା ଫୁଡ଼ସ, ସାଇଜର ଏଂଟରପ୍ରାଇଜ, ଏମକେ ପ୍ଲାଷ୍ଟ, ଆରାଧନା ପ୍ଲାଷ୍ଟିକ, ଟାଇଡ଼ାଲ ଟ୍ରେଡ଼ିଂ, ୱେଭରବାଡର଼୍ ଇନଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଉକôଳ ସ୍ପେଶିଆଲିଟିର ୟୂନିଟ ଉଦଘାଟନ କରାଯାଇଛି  । ଏହି ସବୁ ପ୍ରକଳ୍ପରେ ୨୯୦୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ୩୦୯୧ ଜଣ ନିଯୁକ୍ତି ପାଇପାରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook