Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଥାନା ହାଜତ ଭିତରେ ତଣ୍ଟି କାଟିଲେ ଯୁବକ

    Share on :
    Date: Aug 23, 2018    Views: 279

    ଭଞ୍ଜନଗର: ଥାନା ହାଜତ ଭିତରେ ଜଣେ ଯୁବକ ନିଜ ତଣ୍ଟି କାଟି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ବ୍ରହ୍ମପୁର ଭଞ୍ଜନଗରସ୍ଥିତ ଗାଙ୍ଗପୁର ଥାନା ହାଜତରେ ଏହି ଘଟଣା ଘଟିଛି । ଯୁବକ ଜଣକ ହେଉଛନ୍ତି ଦେବରାଜ ଚର୍ଚ୍ଚା ଓରଫ ବାଘା । ଦେବରାଜ ଏକ ବ୍ଲେଡରେ ନିଜ ତଣ୍ଟି କାଟିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ଗାଁ ଦାଣ୍ଡରେ ବନ୍ଧୁକ ଦେଖାଇ ଦେବରାଜ ପୁଲିସ ହାତରେ ଧରାପଡ଼ିଥିଲେ । ଗାଙ୍ଗପୁର ଥାନା ନିମିନା ଗ୍ରାମରୁ ତାଙ୍କୁ ପୁଲିସ ଧରି ହାଜତରେ ରଖିଥିଲା । ତେବେ ହାଜତରେ ଅଟକ ଥିବାବେଳେ ଦେବରାଜ ଏପରି କାଣ୍ଡ ଭିଆଇଛି । 

    Read more

    ପ୍ରେମ ପାଇଁ ତଣ୍ଟି କାଟିଲେ

    କେନ୍ଦ୍ରାପଡ଼ା: ପ୍ରେମର ଭୂତ ଓ ପ୍ରେମର ନିଶା ଯେତେବେଳେ ମୁଣ୍ଡରେ ଚଢିଯାଏ ତାକୁ ଓହ୍ଲାଇବା ଭାରି କାଠିକର ପାଠ ।  ପ୍ରେମରେ ବିଫଳ ହେବା ପରେ କିଏ ଝିଅକୁ ହତ୍ୟା କରୁଛି ତ କିଏ  ଝିଅ ଉପରେ ଏସିଡ ମାଡ଼ କରୁଛି । ତେବେ ପ୍ରେମରେ ବିଫଳ ହୋଇ ଜଣେ ଯୁବକ ବ୍ଲେଡରେ ନିଜ ...

    Read more

    ବିଷ ପିଇଲେ ଏସପି

    ଲକ୍ଷ୍ନୌ:  ବିଷ ପିଇଲେ ଏସପି । ଉତ୍ତରପ୍ରଦେଶର କାନପୁର ସିଟି ପୁଲିସ ଅଧିକ୍ଷକ ସୁରେନ୍ଦ୍ର କୁମାର ଦାସ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ସହରର ଏସପି ବିଷ ପିଇବା ଘଟଣା ପୁଲିସ ବିଭାଗକୁ ବିଚଳିତ କରିଦେଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ...

    Read more

    ହାଜତ ଭିତରେ ତଣ୍ଟି କାଟିଲା ଅଭିଯୁକ୍ତ

    ଚୌଦ୍ୱାର: ଟାଙ୍ଗୀ ଥାନା ହାଜତରେ ଜଣେ ଅଭିଯୁକ୍ତ ନିଜର ତଣ୍ଟି କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଅଭିଯୁକ୍ତ ଜଣକ ଏକ ଧାରୁଆ ଅସ୍ତ୍ରରେ ନିଜର ତଣ୍ଟି କାଟି ଦେଇଥିବା ଜଣାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଗୋକୁଳପୁରର ...

    Maximum 500 characters

    ଆଂଚଳିକ View all

    Find Us on Facebook