Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଘରେ ମା’ କ୍ଷୀର ପହଞ୍ଚାଇବ ବ୍ୟାଙ୍କ

    Share on :
    Date: Aug 22, 2018    Views: 369

    ଲଣ୍ଡନ: କୁହାଯାଏ ମା’ କ୍ଷୀର ଅମୃତ ସନ୍ତାନ । ତେବେ ଏହି ଅମୃତକୁ ସବୁ ଶିଶୁଙ୍କ ଭାଗ୍ୟରେ ମିଳେନାହିଁ । ବିଶେଷ କରି ଆଜିର ବ୍ୟସ୍ତବହୁଳ ଜୀବନରେ ମା’ମାନେ  ବାହାରେ କାମ କରୁଥିବାବେଳେ ଶିଶୁ ଘରେ ରହୁଛି । ଯାହା ଫଳରେ ଶିଶୁମାନେ ମା’ କ୍ଷୀରରୁ ବଞ୍ଚିତ ହେଉଛନ୍ତି । ତେବେ ବ୍ରିଟେନରେ ଗୋଲ୍ଡେନ ସ୍ୟାକ୍ସ ନାମକ ଏକ ସଂସ୍ଥା ପକ୍ଷରୁ ଅଭିନବ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କମ୍ପାନୀ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଘରେ ରହିଥିବା ଶିଶୁଙ୍କ ନିକଟକୁ ମା’ କ୍ଷୀର ପହଞ୍ଚାଇବ । ଏଥିପାଇଁ ମହିଳା କର୍ମଚାରୀଙ୍କୁ ଉକ୍ତ କମ୍ପାନୀ ପକ୍ଷରୁ ଫ୍ରିଜିଂ କିଟ ପ୍ରଦାନ କରାଯିବ । ଏଥିପାଇଁ ଆବଶ୍ୟକୀୟ ଖର୍ଚ୍ଚ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବା ସଂସ୍ଥାନ ଦ୍ୱାରା ବହନ କରାଯିବ । ଏହାର ସୁଫଳ ସେହି ମହିଳାମାନଙ୍କୁ ମିଳିବ ଯେଉଁମାନଙ୍କ ଘର କାର୍ଯ୍ୟାଳୟ ଠାରୁ ବେଶ ଦୂର । କେତେକ ସ୍ଥାନରେ ମହିଳାମାନଙ୍କ ପାଇଁ ଚାକିରି ଓ ନବଜାତ ଶିଶୁର ଲାଳନପାଳନ କରିବା କାଠିକର ପାଠ ହୋଇଥାଏ । ଏଭଳି ପରିସ୍ଥିତିରେ ଉଭୟ କାର୍ଯ୍ୟରେ ସନ୍ତୁଳନ ରକ୍ଷା କରିବା ଉଦେ୍ଧଶ୍ୟରେ ବ୍ରିଟେନରେ ଗୋଲ୍ଡେନ ସ୍ୟାକ୍ସ ନାମକ ସଂସ୍ଥାକୁ ବ୍ୟାଙ୍କର ମାନ୍ୟତା ଦେଇଛନ୍ତି ସରକାର । ଏଭଳି ବ୍ୟବସ୍ଥା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୬ ହଜାର ମହିଳା କର୍ମଚାରୀଙ୍କୁ ଏହି ସୁବିଧା ଯୋଗାଇବା ଆରମ୍ଭ ହୋଇଛି । 

    Maximum 500 characters

    ବିଶେଷ View all

    Find Us on Facebook