Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସୀୟ କ୍ରୀଡ଼ା: ଭାରତକୁ ତୃତୀୟ ପଦକ

    Share on :
    Date: Aug 20, 2018    Views: 133

    ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ତୃତୀୟ ପଦକ ମିଳିଛି ।  ଭାରତୀୟ ସୁଟର ଦୀପକ କୁମାର ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି । ସେ ୨୪୭.୭ ପଏଣ୍ଟ ହାସଲ କରି ଚୀନର ୟାଙ୍ଗ ହାଓରାନଙ୍କ ଠାରୁ ପରାସ୍ତ ହୋଇଛନ୍ତି । ୟାଙ୍ଗ ହାଓରାନ ୨୪୯.୧ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ତାରକା ରବି କୁମାର ଓ ଦୀପକ କୁମାର ଭଲ ପ୍ରଦର୍ଶନ କରି ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଥିଲେ । ସେମିଫାଇନାଲରେ ରବି ଯୋଗ୍ୟତା ପର୍ଯ୍ୟାୟରେ ୪ର୍ଥ ସ୍ଥାନ ପାଇଥିବାବେଳେ ଦୀପକଙ୍କୁ ୫ମ ସ୍ଥାନ ମିଳିଥିଲା । ଭାରତକୁ ଏପର୍ଯ୍ୟନ୍ତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook