Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବାଜପେୟୀଙ୍କୁ ବହିରେ ପଢିବେ ଛାତ୍ରଛାତ୍ରୀ

    Share on :
    Date: Aug 19, 2018    Views: 265

    ଜୟପୁର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଇବ ବୋଲି ରାଜସ୍ଥାନ ସରକାର ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଦେଶର ବରପୁତ୍ର ଓ ବୀରମାନଙ୍କ ସମ୍ବଦ୍ଧରେ ସୂଚିତ କରିବା ଓ ସେମାନଙ୍କ ମଧ୍ୟରେ ଦେଶପ୍ରୀତିଭାବ ଜାଗ୍ରତ କରାଇବାରେ ସହାୟକ ପାଇଁ ରାଜ୍ୟ ସରକାର ଅନେକ ମହାପୁରୁଷଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ଦେଇଛନ୍ତି । ପୂର୍ବରୁ ବିଜେପି ପ୍ରତିଷ୍ଠାତା ଦୀନ ଦୟାଲ ଉପାଧ୍ୟାୟଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଇଛି । ସେହିପରି ଏକାଦଶ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ପାଠ୍ୟପୁସ୍ତକରେ ପ୍ରଧାନମନ୍ତ୍ରୀ ସମ୍ପର୍କିତ ବିଷୟରେ ୨୦୧୫-୧୬ରେ ବାଜପେୟୀଙ୍କ ସମ୍ପର୍କରେ ୩ଟି ଅନୁଚ୍ଛେଦ ଯୋଡ଼ା ଯାଇଥିଲା । ଏନେଇ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ବାସୁଦେବ ଦେବନାନି କହିଛନ୍ତି ଯେ, ସାମ୍ପ୍ରତିକ ସ୍ଥିତିରେ ଅନ୍ୟ ନେତାଙ୍କ ସହିତ ବାଜପେୟୀଙ୍କ ତୁଳନା ଅସମ୍ଭବ । ତେଣୁ ତାଙ୍କ ଜୀବନୀ ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିପାରିବ  । ତେବେ କେଉଁ ଶ୍ରେଣୀରେ ବାଜପେୟୀଙ୍କ ଜୀବନୀ ସ୍ଥାନ ପାଇବ ତାହା ନିର୍ଦ୍ଧିଷ୍ଟଭାବେ ଜଣାପଡ଼ିନାହିଁ । ତେବେ ତାଙ୍କ ସ୍କୁଲ ଜୀବନରୁ ଜରୁରୀକାଳୀନ ପରିସ୍ଥିତି, ଆଣବିକ ପରୀକ୍ଷଣ, କାରଗିଲ ଯୁଦ୍ଧ ଓ ବିଶ୍ୱ ରାଜନୀତିରେ ପ୍ରଭାବ ସମ୍ପର୍କରେ ସେଥିରେ ଉଲ୍ଲେଖ ରହିବ ବୋଲି ଜଣାପଡ଼ିଛି । 

    Maximum 500 characters

    ବିଶେଷ View all

    Find Us on Facebook