Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କେମିତି ଜାଣିବେ ପ୍ୟାକେଟ କ୍ଷୀର ଅସଲି କି ନକଲି

    Share on :
    Date: Aug 18, 2018    Views: 2161

    ଆଜିକାଲି ବଜାରରେ ପ୍ରାୟ ସମସ୍ତ ଖାଦ୍ୟପଦାର୍ଥରେ ଅପମିଶ୍ରଣ ହେଉଛି । ଖାଦ୍ୟ ଓ ପାନୀୟ ଅସଲି କି ନକଲି ଜାଣିବା ଅତ୍ୟନ୍ତ କଷ୍ଟସାଧ୍ୟ । କ୍ଷୀର ପ୍ରତ୍ୟେକ ବ୍ୟକ୍ତି ଶରୀର ପାଇଁ ଉତ୍ତମ ପାନୀୟ ଅଟେ । କିନ୍ତୁ ଅପମିଶ୍ରଣ କ୍ଷୀର ପିଇବା ଦ୍ୱାରା ଅନେକ ରୋଗ ହୋଇଥାଏ । ଗାଈ ଓ ମଇଁଷି କ୍ଷୀରରେ ଅନେକ ଅପମିଶ୍ରଣ ହେଉଥିବାର ବିଭିନ୍ନ ପରୀକ୍ଷା ଦ୍ୱାରା ଆମେ ଜାଣିଛୁ । ମାତ୍ର ପ୍ୟାକେଟ କ୍ଷୀରରେ ମଧ୍ୟ ବର୍ତ୍ତମାନ  ମିଶ୍ରଣ କରାଯାଉଛି । ଆସନ୍ତୁ ଜାଣିବା ପ୍ୟାକେଟ  କ୍ଷୀର ଅସଲି କି ନକଲି ଜାଣିବାର ଉପାୟ ।

    - କ୍ଷୀରରେ ଶ୍ୱେତସାର ମିଶିଛି କି ନାହିଁ ଜାଣିବା ପାଇଁ ସେଥିରେ ୨ ଚାମଚ ଲୁଣ ମିଶାଇ ଦିଅନ୍ତୁ । କ୍ଷୀରର ରଙ୍ଗ ଯଦି ନୀଳ ହୋଇଯିବ ତେବେ ସେଥିରେ ଶ୍ୱେତସାର ଅଧିକ ପରିମାଣରେ ମିଶାଯାଇଛି । କ୍ଷୀରରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଡ ମିଶ୍ରିତ ହୋଇଥିଲେ ମଧ୍ୟ କ୍ଷୀର ନୀଳ ରଙ୍ଗ ହୋଇଯିବ । କ୍ଷୀରରେ ଅଧିକ ଶ୍ୱେତସାର ଓ କାର୍ବୋହ୍ରାଇଡ୍ରେଡର ମିଶ୍ରଣ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ ।

    - ବେଳେବେଳେ ଦେଖାଯାଏ ଯେ, କ୍ଷୀରକୁ ହଲାଇ ଦେଲେ ତାହା ଫେଣ ହୋଇଯାଏ । ସେଥିରେ ୱାସିଙ୍ଗ ପାଉଡର ମିଶିଥିବାରୁ ଏପରି ଫେଣ ହୋଇଯାଏ । ତେଣୁ କ୍ଷୀରରେ ୱାସିଙ୍ଗ ପାଉଡର ମିଶିଛି କି ନାହିଁ ଜାଣିବା ପାଇଁ କ୍ଷୀରକୁ ପ୍ରଥମେ ଏକ କାଚ ଜାର କିମ୍ବା ବୋତଲରେ ରଖନ୍ତୁ । ତା ପରେ ବୋତଲରେ ଥିବା କ୍ଷୀରକୁ ଭଲ ଭାବରେ ହଲାଇ ଦିଅନ୍ତୁ । ଫେଣ ହୋଇଗଲେ ଜାଣିବେ ଯେ କ୍ଷୀର ଅପମିଶ୍ରଣ ଅଟେ ।

    - କ୍ଷୀରକୁ  ଅଧିକ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ସେଥିରେ ଫର୍ମାଲିନ ମିଶା ଯାଇଥାଏ । ଫର୍ମାଲିନ ଆମ ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ ଅଟେ । ଏହାକୁ ପରୀକ୍ଷା କରିବା ପାଇଁ ଏକ ଟେଷ୍ଟ ଟୁ୍ୟବରେ ୧୦ମିଲି କ୍ଷୀର ନେଇ ସେଥିରେ ୨-୩ ବୁନ୍ଦା ସଲଫୁ୍ୟରିକ ଏସିଡ ପକାଇ ଦିଅନ୍ତୁ । କିଛି ସମୟ ପରେ ଯଦି କ୍ଷୀରର ଉପର ଭାଗ ନୀଳ ରଙ୍ଗ ହୋଇଯିବ ତେବେ ସେଥିରେ ଫର୍ମାଲିନ ମିଶିଛି ବୋଲି ଜାଣିବା ।
    - କ୍ଷୀରରେ ପ୍ରାୟ କେମିକାଲ ମିଶୁଥିବା ଆମେ ଜାଣୁ । କ୍ଷୀରରେ ଅଧିକ କେମିକାଲ ରହିଥିଲେ ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କ୍ଷୀରରେ କେମିକାଲ ମିଶିଥିଲେ ତାହା ଶୀଘ୍ର ଜାଣି ହୋଇଥାଏ । କ୍ଷୀର ଅଳ୍ପ ସମୟ ଫୁଟାନ୍ତୁ । ଅଳ୍ପ ସମୟ କ୍ଷୀର ଫୁଟିଲା ପରେ ଯଦି ତାହା ହଳଦିଆ ରଙ୍ଗ ହୋଇଯାଏ ତେବେ ସେଥିରେ କେମିକାଲ ରହିଛି ବୋଲି ଆମେ ଜାଣିବା ।

    Maximum 500 characters

    ବିଶେଷ View all

    Find Us on Facebook