Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୧୦୨ ପଂଚାୟତ ପାଇଁ ୧୭.୫୮ କୋଟି ମଂଜୁର

    Share on :
    Date: Aug 16, 2018    Views: 71

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ଜିଲ୍ଲାର ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା କଳାହାଣ୍ଡି ଜିଲ୍ଲାର ଲାଂଜିଗଡ଼, ବଲାଙ୍ଗୀର ଜିଲ୍ଲାର ତୁରେଇକେଲା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି, କନ୍ଧମାଳ ଜିଲ୍ଲାର ଟିକାବାଲି, ମୟୂରଭଂଜ ଜିଲ୍ଲାର ବହଳଦା ଓ ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଂଜିଗଡ଼ ବ୍ଲକର ୨୫ଟି ପଂଚାୟତ ପାଇଁ ୪ କୋଟି ଟଙ୍କାରେ ୨୧୯ଟି ପ୍ରକଳ୍ପ, ତୁରେଇକେଲା ବ୍ଲକର ୧୯ଟି ପଂଚାୟତ ପାଇଁ ୩ କୋଟି ଟଙ୍କାରେ ୧୫୦ଟି ପ୍ରକଳ୍ପ, ରେଙ୍ଗାଲି ବ୍ଲକର ୧୧ଟି ପଂଚାୟତ ପାଇଁ ୨.୫୩ କୋଟି ଟଙ୍କାରେ ୮୫ଟି ପ୍ରକଳ୍ପ, ବହଳଦା ବ୍ଲକର ୧୨ଟି ପଂଚାୟତ ପାଇଁ ୩ କୋଟି ଟଙ୍କାରେ ୧୧୭ଟି ପ୍ରକଳ୍ପ ଓ ନୂଆଗଡ଼ ବ୍ଲକରେ ୧୯ଟି ପଂଚାୟତ ପାଇଁ ୨.୨୮ କୋଟି ଟଙ୍କାରେ ୫୮ଟି ପ୍ରକଳ୍ପ ଏହିପରି ମୋଟ ୬ଟି ବ୍ଲକର ୧୦୨ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୧୭.୫୮ କୋଟି ଟଙ୍କାରେ ୭୭୭ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ୧୪୫ଟି ବ୍ଲକର ୩୨୯୯ଟି ପଂଚାୟତ ସହିତ ଆଲୋଚନାା ମାଧ୍ୟମରେ ପ୍ରକଳ୍ପ ମଂଜୁର କରିଛନ୍ତି । ଏପର୍ଯ୍ୟନ୍ତ ୩୦୫୯୩ଟି ପ୍ରକଳ୍ପ ପାଇଁ ୭୪୬.୭୨କୋଟି ଟଙ୍କା ମଂଜୁର କରାଯାଇଛି । ସୂଚନାଯୋଗ୍ୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଂଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook