Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସମାଜିକ ଗଣମାଧ୍ୟମରେ ପ୍ରଖର ହେଉଛି ପଲିଥିନ ବିରୋଧି ଅଭିଯାନ

    Share on :
    Date: Aug 16, 2018    Views: 537

    ଭୁବନେଶ୍ୱର : ଆଗାମୀ ଅକ୍ଟୋବର ୨ ତାରିଖରୁ ରାଜ୍ୟର କଟକ, ସମ୍ବଲପୁର,ବହ୍ମପୁର, ଭୁବନେଶ୍ୱର ମୁନିସିପାଲ କରପୋରେସନ୍ ଏବଂ ପୁରୀ  ପୌରପାଳିକାରେ ପଲିଥିନ ନିଷେଧ ହେବାକୁ ଯାଉଛି । ଏ ନେଇ ମୁଖ୍ୟମନ୍ତ୍ରୀ ଶୀ୍ରଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ଏହାକୁ ନୀତି ପ୍ରସ୍ତୁତ କରିବାକୁ ନେଇ ସରକାରୀ କଳ ଏବେ ତପôର ହୋଇ ଉଠିଛି । ପଲିଥିନକୁ ନେଇ ସରକାରୀ ନିଷ୍ପତ୍ତିର ରୂପରେଖ କ’ଣ ହେବ ଏହକୁ ନେଇ ଆଲୋଚନା ଜାରି ରହିଥିବାବେଳେ ସୋସିଆଲ ମିଡିଆରେ ଏ ନେଉ ଯୁବକ ଯୁବତୀ ମାନେ ନିଜ ତରଫରୁ ପଲିଥିନକୁ ନେଇ ବ୍ୟାପକ ଅଭିଯାନ ଜାରୀ ରଖିଛନ୍ତି । କେହି କରୁ ବା ନ କରୁ ଆମେ ପାରିବୁ ର ଲକ୍ଷ୍ୟ ନେଇ ଏବେ ସାମାଜିକ ଗଣମାଧ୍ୟମରେ ପଲିଥିନ ହଟାଅ ଅଭିଯାନ ଜୋର ଧରିଛି । ଅଧିକ ରୁ ଅଧିକ ଲୋକ କିପରି ପଲିଥିନ ବ୍ୟବହାରରୁ ଦୂରେଇ ଯାଇ କପଡା ବ୍ୟାଗର ବ୍ୟବହାର କରିବେ ସେ ନେଇ ପ୍ରଚେଷ୍ଟା କରିବା ଦିଗରେ ଏହି ଅଭିଯାନ କାମ କରୁଛି ।

    ପୂର୍ବରୁ ରାଜ୍ୟର କିଛି କିଛି ସ୍ଥାନରେ ପଲିଥିନକୁ ନିଷେଧ କରିବା ପାଇଁ ଚେଷ୍ଟା ଚାଲିଥିବା ବେଳେ ସରକାରଙ୍କୁ ଏ ନେଇ ବିଶେଷ ସଫଳତା ମିଳିନାହିଁ । ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ  ଏବଂ ସରକାରଙ୍କର ପଲିଥିନ ପ୍ରୀତି ଯୋଗୁଁ ଏହା ଏବେ ବି ବ୍ୟାପକ ମାତ୍ରାରେ ବ୍ୟବହୃତ ହେଉଛି । ରାଜ୍ୟରେ ମାସକୁ ୨୮,୦୦୦ ଟନ ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏହାର ସିଂହଭାଗ ପଲିଥିନ କିମ୍ବା ଥରେ ମାତ୍ର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ । ଏହାର ଏପରି ବ୍ୟବହାର ବୃଦ୍ଧି ପାଇବାଯୋଗୁଁ ଧିରେ ଧିରେ ପଲିଥିନ ଗୁଡିକ ଆମ ପରିବେଶକୁ ପ୍ରଦୂଷିତ କରୁଛି । ଏବେ ଏବେ କଟକ, ଭୁବନେଶ୍ୱର ଆଉ ପୁରୀରେ ଅଳ୍ପ ବର୍ଷା ସତ୍ତ୍ୱେ ଦେଖାଦେଇଥିବା ବନ୍ୟାର ପ୍ରମୁଖ କାରଣ ବି ପଲିଥିନ ଥିଲାବୋଲି ଆକଳନ କରାଯାଉଛି । ଏପରି କ୍ଷେତ୍ରରେ ରାଜ୍ୟ ସରକାରଙ୍କର ପଲିଥିନ ନିଷେଧ ଡାକରା ଅନେକ ଗୁରୁତ୍ୱ ବହନ କରେ ଏବଂ ପଲିଥିନକୁ ସଂପୂର୍ଣ୍ଣ ରୂପେ ନିଷେଧ କରିବା ପାଇଁ ଜନସାଧାରଣଙ୍କର ସହଯୋଗ ନିହାତି ଦରକାର । ଏହି ମର୍ମରେ ଏବେ ଓଡିଶାରେ ଏକାଧିକ ଜନସାଧାରଣ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା  ପଲିଥିନ ନିଷେଧ ସପକ୍ଷରେ ନିଆରା ଆନେ୍ଦାଳନ ମାନ ଗଢି ତୋଳୁଛନ୍ତି ।

    ସାମାଜିକ କର୍ମୀ ରୁଦ୍ର ପ୍ରସନ୍ନ ରଥଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ନିଆରା ଅଭିଯାନ ଏବେ ପା୍ରୟ ୧ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଁଚି ସାରିଲାଣି । ନିଜର କଟନ ବ୍ୟାଗ ସହ ଲୋକମାନେ ନିଜର ଫଟୋ ଉଠାଇ ନିଜ ଫେସବୁକ୍ ରେ ପୋଷ୍ଟ କରି ଅନ୍ୟ ମାନଙ୍କୁ ଟ୍ୟାଗ୍ କରି ସମସ୍ତଙ୍କୁ ପଲିଥିନ ବଦଳରେ କପଡା ବ୍ୟାଗ ବ୍ୟବହାର କରିବାକୁ ବୁଝାଉଛନ୍ତି  । ଏହି ଅଭିଯାନ ଦ୍ରୁତ ଗତିରେ ଲୋକଙ୍କ ଭିତରେ ଗ୍ରହଣୀୟ ହେବାକୁ ଲାଗିଛି । ଏହି ଅଭିଯାନରେ ଏଯାଏ ପା୍ରୟ ୩୦୦ରୁ ଅଧିକ ଲୋକ ଯୋଗ ଦେଇଥିବା ବେଳେ ଏ ସଂକ୍ରାନ୍ତୀୟ ପୋଷ୍ଟକୁ ୧୨୦୦୦ରୁ ଉଦ୍ଧ୍ôର୍ ଲାଇକ ମିଳିଛି । ଏଥିରେ ବିଶ୍ୱ ବିଖ୍ୟାତ ବାଲୁକା ଶିଳ୍ପୀ ମାନସ ସାହୁ,ଓଡିଶାରେ ଏସିଡ୍ ପୀଡିତାଙ୍କ ପାଇଁ ଲଢୁଥିବା ପ୍ରମୋଦିନୀ ରାଊଳ, ୱିଣ୍ଡ ସର୍ଫର ମନସ୍ୱିନୀ ମହାରଣା, ସାମାଜିକ କର୍ମୀ ଘାସିରାମ ପଣ୍ଡା, ବିକାଶ ପତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ପୁଣି ଉକ୍ରଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ଦେବୀ ରାୟ, ସତ୍ୟ ସୂତାର ଏବଂ ପ୍ରକାଶ ତ୍ରିପାଠୀ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ନିଜ ନିଜର ପୋଷ୍ଟ କରି ସାରିଛନ୍ତି । ଏହି ଅଭିଯାନ ତରଫରୁ ରାଜଧାନୀର ୧୫ ଟି ବଡ ବଡ ସ୍ଖୁଲ ଏବଂ କଲେଜକୁ ଚିଠି ଲେଖି ନିଜ କ୍ୟାମ୍ପସ ସବୁକୁ ପଲିଥିନ ଫି୍ର କରିବା ପାଇଁ ଅନୁରୋଧ କରାଯାଇଛି । ସେହିପରି ବିଶ୍ୱକପ ହକିକୁ କିପରି ପଲିଥିନ ମୁକ୍ତ କରାଯାଇ ପାରିବ ତାହା ମଧ୍ୟ ନିଶ୍ଚିତ କରିବାକୁ ଆର୍ନ୍ତଜାତୀୟ ହକି ମହାସଂଘକୁ ଲେଖାଯାଉଛି । ଏହା ସହ ଆଗାମୀ ଦିନରେ ବଡ ବଡ ଅନୁଷ୍ଠାନ ସବୁ କୁ ପଲିଥିନ ମୁକ୍ତ କରିବାକୁ ପତ୍ର ଲେଖାଯିବ ବୋଲି ଏହି ଅଭିଯାନର ଅନଲାଇନ୍ ସଂଯୋଜକ ଶ୍ରୀ ରୁଦ୍ର ପ୍ରସନ୍ନ ରଥ କହିଛନ୍ତି । ରାଜ୍ୟ ସରକାର ଏ ନେଇ ଆଣିବାକୁ ଯାଉଥିବା ଚିଠା ପ୍ରସ୍ତାବକୁ ଆଲୋଚନା କରିବା ସହ ଏହାକୁ ନେଇ ପରବର୍ତ୍ତୀ ସମୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ଅଭିଯାନ ତରଫରୁ ମତ ପ୍ରକାଶ ପାଇଛି ।

     

    Maximum 500 characters

    ବିଶେଷ View all

    Find Us on Facebook