Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ବିବାହ ପୂର୍ବରୁ ସାଥୀଙ୍କୁ ପଚାରନ୍ତୁ ଏହି ପ୍ରଶ୍ନ

    Share on :
    Date: Aug 14, 2018    Views: 4065

    ବିବାହ ପୂର୍ବରୁ ବ୍ୟକ୍ତିତ୍ୱ, ଧନ ସମ୍ପତ୍ତି ଓ ପରିବାର ଦେଖିଥାଉ । ଏହାଛଡ଼ା ଆହୁରି ଅନେକ କଥା ରହିଥାଏ, ଯାହା ସାଥୀଙ୍କ ଠାରୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । କିନ୍ତୁ ପ୍ରାୟତଃ ପରିବାର ଲୋକଙ୍କ କଥାରେ ହେଉ ଅବା ସାଥୀ ପ୍ରେମରେ ପଡ଼ି ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଅଣଦେଖା କରିଥାଉ । ତେବେ ଆସନ୍ତୁ ଜାଣିବା ବିବାହ ପୂର୍ବରୁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଏବଂ ନିଜ ସାଥୀଙ୍କୁ କଣ ପ୍ରଶ୍ନ କରିବେ ।

    ୧- ଯାହାକୁ ବିବାହ କରିବାକୁ ଯାଉଛନ୍ତି ବା ଆପଣଙ୍କ ସାଥୀ ମାନସିକ ରୂପେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି କି ନାହିଁ । ପରିବାର ସଦସ୍ୟ ବା ମାତା ପିତାଙ୍କ ଚାପରେ ପଡ଼ି ସେ ବିବାହ ପାଇଁ ରାଜି ହୋଇଛନ୍ତି କି ତାହା ଜାଣିବା ନିହାତି ଆବଶ୍ୟକ ।

    ୨- ଯୁବତୀମାନେ ବିବାହ ପୂର୍ବରୁ ଭାବି ସ୍ୱାମୀର ଚାକିରି ସମ୍ବନ୍ଧୀୟ ସଠିକ ତଥ୍ୟ ରଖିବା ଅତ୍ୟନ୍ତ ଆବଶ୍ୟକ ।
     କେବଳ ଚାକିରି ନୁହେଁ ଦରମା ବିଷୟରେ ଜାଣିବା ନିହାତି ଜରୁରୀ । କଥାରେ ବିଶ୍ୱାସ କରିବା ଉଚିତ ନୁହେଁ ।

    ୩- ବିବାହ ପରେ ଅଲଗା ରହିବାକୁ ନା ପରିବାର ସହ ପସନ୍ଦ କରିବେ, ଏନେଇ ସାଥୀଙ୍କୁ ପ୍ରଶ୍ନ କରିବା ଉଚିତ ।

    ୪- ଯଦି ଭାବିସ୍ୱାମୀ ଚାକିରି କରୁନାହାନ୍ତି ତେବେ ତାଙ୍କର ଆର୍ଥିକ ସ୍ଥିତି ବିଷୟରେ ଜାଣିବା ଆବଶ୍ୟକ । ସେ ଅନ୍ୟ କାହା ଉପରେ ନିର୍ଭରଶୀଳ ନୁହନ୍ତି ତ ଏନେଇ ପଚାରି ବୁଝନ୍ତୁ ।

    ୫- ନିଜ ସାଥୀର ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ।

    ୬-ବିବାହ ପୂର୍ବରୁ ଜାଣିବା ନିହାତି ଜରୁରୀ । ଆପଣଙ୍କ ସାଥୀ ଫ୍ୟାମିଲି ପ୍ଲାନିଂ ବିଷୟରେ କଣ ଚିନ୍ତା କରନ୍ତି । ପୂର୍ବରୁ ଏନେଇ ସୂଚନା ଥିଲେ ଆପଣ ମାନସିକ ରୂପେ ପ୍ରସ୍ତୁତ ହୋଇପାରିବେ ।

    Read more

    ଝିଅ ବାହାଘରରେ ବିଳମ୍ବ ହେଉଛି କି?

    ବିବାହ ଏକ ପରମ୍ପରା । ତେବେ ବିଳମ୍ବ ବିବାହ ବହୁ ଜଣକ ଜୀବନରେ ଲାଗି ହୋଇ ରହିଥାଏ । ଝିଅଙ୍କ ବିବାହ ସମସ୍ୟା ବାପା ଓ ମା’ଙ୍କୁ ବହୁ ଚିନ୍ତିତ କରିଥାଏ । ଏଥିପାଇଁ କିଛି କାର୍ଯ୍ୟ ଉପରେ ଧ୍ୟାନ ଦେଲେ ଏହି ସମସ୍ୟା ଆପେ ଆପେ ଦୂର ହୋଇଯିବ ।
    ୧- ଶୋଇବା ସମୟରେ କନ୍ୟାର ମୁଣ୍ଡ ...

    Read more

    ଥାନାରେ ପ୍ରେମୀଯୁଗଳଙ୍କ ବାହାଘର

    ବ୍ୟାସନଗର:ଯାଜପୁର ରୋଡ ପୁଲିସ ଥାନା ପରିସରରେ ଫେରାର ଥିବା ପ୍ରେମୀ ଯୁଗଳଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିଛି । ପୁଲିସ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ଦାନଗଦି ବ୍ଲକ ଅର୍ନ୍ତଗତ ମାରୁଟିକର ଗ୍ରାମର ପ୍ରଭାକର ଦଳାଇଙ୍କ ଝିଅ ମାମି ( ୧୯) ସେହି ବ୍ଲକ ଜଗତପୁର ଗ୍ରାମର ...

    Read more

    ନାଇଜେରିଆ ଯୁବତୀ ହେଲେ ଓଡ଼ିଶାର ବୋହୂ

    କେନ୍ଦ୍ରାପଡା:  ନାଇଜେରିଆର ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ କେନ୍ଦ୍ରାପଡ଼ା ଜିଲାର ପାଟକୁରା ଥାନା ଅନ୍ତର୍ଗତ ପୋଦନା ଗ୍ରାମର ଜଣେ ଯୁବ ଇଞ୍ଜିନିୟର ମଙ୍ଗଳବାର ବିବାହ କରିଛନ୍ତି । ଏହି ବିବାହ ସହରର ତିନିମୁହାଣୀ ସ୍ଥିତ ରାମ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ...

    Maximum 500 characters

    ଅଜବ View all

    Find Us on Facebook