Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏଠାରେ ଅଗଷ୍ଟ ୧୫ ବଦଳରେ ୧୮ରେ ପାଳନ ହୁଏ ସ୍ୱାଧୀନତା ଦିବସ

    Share on :
    Date: Aug 13, 2018    Views: 2683

    ପଶ୍ଚିମବଙ୍ଗ: ଦେଶରେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ହେଉଛି । ତେବେ ପଶ୍ଚିବଙ୍ଗର ଏମିତି ୨ଟି ସହର ଅଛି ଯେଉଁଠାରେ ଅଗଷ୍ଟ ୧୫ ବଦଳରେ ୧୮ରେ ପାଳନ କରାଯାଏ ସ୍ୱାଧୀନତା ଦିବସ । ସେହି ଅଞ୍ଚଳଗୁଡ଼ିକ ହେଲା ରାମଘାଟ ଓ କୃଷ୍ଣସାଗର । ଯେତେବେଳେ ଭାରତ ଓ ପାକିସ୍ତାନ ବିଭାଜନ ହୋଇଥିଲା ସେତେବେଳେ ଏହି ଦୁଇଟି ଅଞ୍ଚଳକୁ ଇଂରେଜମାନେ ଭାରତଠାରୁ ଅଲଗା କରି ପାକିସ୍ତାନରେ ମିଶାଇବାକୁ ଚେଷ୍ଟା କରିଥିଲେ । ସେହି ଦୁଇଟି ଅଞ୍ଚଳ ଭାରତର ହୋଇଥିବାବେଳେ ଇଂରେଜମାନେ ଜୋରଜବରଦସ୍ତ ଉକ୍ତ ଅଞ୍ଚଳକୁ ପାକିସ୍ତାନରେ ମିଶାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଇଂରେଜମାନଙ୍କୁ ସେଠାରେ ପ୍ରବଳ ବିରୋଧ ହେବା ସହ ଭାରତ ସହ ସେହି ଅଞ୍ଚଳ ଦୁଇଟିକୁ ମିଶାଇବା ପାଇଁ ଲୋକେ ଅଡ଼ି ବସିଥିଲେ । 
    ତେଣୁ ଇଂରେଜମାନେ ବାଧ୍ୟ ହୋଇ ଅଗଷ୍ଟ ୧୮ରେ ସେହି ଅଞ୍ଚଳକୁ ଭାରତ ସହ ମିଶାଇ ଦେଇଥିଲେ । ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ରେ ସ୍ୱାଧୀନତା ଦିବସ ପାଳନ କରନ୍ତି । ପୂର୍ବରୁ ସେଠାକାର ଜନସାଧାରଣମାନଙ୍କୁ ଅଗଷ୍ଟ ୧୮ରେ ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ଦିଆଯାଉନଥିଲା । କାରଣ ଭାରତ ସରକାରଙ୍କ ନିୟମ ଅନୁସାରେ ଜନସାଧାରଣ କେବଳ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ରେ ପତକା ଉତ୍ତୋଳନ କରିପାରିବେ । ତେବେ ପରେ ଅର୍ଥାତ ୧୯୯୧ ମସିହାରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ସେହି ଅଞ୍ଚଳରେ ପତକା ଉତ୍ତୋଳନ କରିବା ପାଇଁ ଅନୁମତି ଦେଇଥିଲେ । ସେବେଠାରୁ ଲୋକେ ଅଗଷ୍ଟ ୧୫ ବଦଳରେ ୧୮ରେ ପତକା ଉତ୍ତୋଳନ କରୁଛନ୍ତି । 

    Maximum 500 characters

    ବିଶେଷ View all

    Find Us on Facebook