Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚାଇନା ପ୍ରତିନିଧିମଣ୍ଡଳୀ, ୩୧ରେ ଚାଇନା ଯିବ ଓଡ଼ିଶା ଟିମ

    Share on :
    Date: Aug 13, 2018    Views: 113

    ଭୁବନେଶ୍ୱର: ଚାଇନାର ଏକ ୬ ଜଣିଆ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା ବ୍ୟାପକ ସୁଯୋଗ  ଓ ସମ୍ଭାବନା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବକାଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେଇ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚାଇନା ପ୍ରତିନିଧିମଣ୍ଡଳୀକୁ ଆମନ୍ତ୍ରଣ କରିଥିଲେ । ଅପରପକ୍ଷରେ ଶିଳ୍ପମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ ଆସନ୍ତା ଅଗଷ୍ଟ ୩୧ରେ ଚାଇନା ଯାଇ ନିବେଶକମାନଙ୍କ ସହ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ  ସୂଚନା ଦେଇଛନ୍ତି । 

    ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ହୁ ଚାଙ୍ଗସେନଙ୍କ ନେତୃତ୍ୱରେ ଆସିଥିବା ଏକ ୬ ଜଣିଆ ଫୁଜିଆନ ପ୍ରତିନିଧିମଣ୍ଡଳୀ ଆଲୋଚନା କରିଥିଲେ । ଓଡ଼ିଶା ସହ ବ୍ୟବସାୟିକ ସମ୍ପର୍କ ଯୋଡ଼ିବା ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଫୁଜିଆନ ପ୍ରତିନିଧିଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାରେ ବିପୁଳ ପ୍ରାକୃତିକ ସମ୍ପଦ ରହିଛି । ନିର୍ମାଣ କ୍ଷେତ୍ରରେ ନିବେଶକଙ୍କୁ ଆକୃଷ୍ଟ କରିବାରେ ଭାରତର ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ଓଡ଼ିଶରେ ବ୍ୟବସାୟିକ ଅନୁକୁଳ ପରିବେଶ ରହିଥିବାବେଳେ ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ଦକ୍ଷ ମାନବସମ୍ବଳ ରହିଛି । ଖାଦ୍ୟ ପ୍ରକ୍ରିୟାକରଣ, ବୈଦୁ୍ୟତିକ ସାମଗ୍ରୀ ନିର୍ମାଣ, ପେଟ୍ରୋ ରସାୟନ, ବୟନ ଶିଳ୍ପ, ଡାଉନଷ୍ଟ୍ରିମ ଧାତବଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ଉପରେ ଓଡ଼ିଶା ଗୁରୁତ୍ୱାରୋପ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

    ଏତଦବ୍ୟତୀତ ଆସନ୍ତା ଅଗଷ୍ଟ ୩୧ରେ ଓଡ଼ିଶା ଶିଳ୍ପମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଫୁଜହୁ ଗସ୍ତ କରିବେ । ଓଡ଼ିଶା ପ୍ରତିନିଧିମଣ୍ଡଳୀଙ୍କ ଗସ୍ତକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଫୁଜିଆନ ପ୍ରଶାସନର ସହଯୋଗ ମଧ୍ୟ ଲୋଡ଼ିଛନ୍ତି । 

    ଆଲୋଚନା ଅବସରରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ଉନ୍ନୟନ ସଚିବ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook