Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ସୁପ୍ତ କଳା ପ୍ରତିଭାକୁ ସଫଲ୍ୟମଣ୍ଡିତ କରିବା ନିମନ୍ତେ ଜିନ୍ଦଲ କଳା ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିବ : ଶାଲୁ ଜିନ୍ଦଲ

    Share on :
    Date: Aug 12, 2018    Views: 85

    • ନବୀନ ଜିନ୍ଦଲ ଓ ଶାଲୁ ଜିନ୍ଦଲଙ୍କ ଦ୍ୱାରା ଜିନ୍ଦଲ କଳା ଅନୁଷ୍ଠାନ ପ୍ରତିଷ୍ଠା - କାଳା ଓ ସୃଜନ ନିମନ୍ତେ ପ୍ରତିଷ୍ଠିତ ଏହି ଜିନ୍ଦଲ କଳା ଅନୁଷ୍ଠାନ ଏକ ଭବ୍ୟ କାର୍ଯ୍ୟକ୍ରମରେ ତା ଦିଲ୍ଲୀ ଠାରେ  ଉଦ୍ଘାଟିତ

    • ଭାରତର କଳାର ପରମ୍ପରାକୁ ବିସ୍ତାର କରିବା ନିମନ୍ତେ ଏହି ଅନୁଷ୍ଠାନ ପ୍ରତଷ୍ଠିତ

    • ଲୋକମାନଙ୍କ ସୁପ୍ତ କଳାକୁ ଉନ୍ମୋଚନ କରି ଉକୃଷ୍ଟ ପ୍ରଶିକ୍ଷଣ ମାଧ୍ୟମରେ ତାକୁ ବିକାଶ କରିବା ନିମନ୍ତେ ଏହି ଅନୁଷ୍ଠାନ ପ୍ରତଷ୍ଠିତ

    • ଆଜିର ଏହି ବ୍ୟସ୍ତ ଜୀବନରେ, ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ 

    ଭୂବନେଶ୍ୱର / ନୂଆ ଦିଲ୍ଲୀ : ଜିନ୍ଦଲ କଳା ପ୍ରତିଷ୍ଠାନର ଉଦ୍ଘାଟନୀ ପ୍ରଦର୍ଶନ ନୂଆ ଦିଲ୍ଲୀ ଠାରେ ଅଗଷ୍ଟ ୧୧ ତାରିଖ ଦିନ ଅନଷ୍ଠିତ ହୋଇ ଯାଇଛି  । ଏହି କାର୍ଯ୍ୟକ୍ରମକୁ, ଜିନ୍ଦଲ ଷ୍ଟିଲ ଓ ପାୱାର ଲି (ଜେଏସପିଏଲ) ର ମହାଧ୍ୟକ୍ଷା ଶ୍ରୀମତି ସାବିତ୍ରୀ ଜିନ୍ଦଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ  । ଏହି ଅବସରରେ, ଓଡିଶାର ରାଜ୍ୟସଭା ସାଂସଦ ତଥା ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଜିନ୍ଦଲ କଳା ପ୍ରତିଷ୍ଠାନର ପ୍ରତିଷ୍ଠାତା ଶ୍ରୀମତି ଶାଲୁ ଜିନ୍ଦଲ ଓ ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଉପସ୍ଥିତ ଥିଲେ  । 

    ଜିନ୍ଦଲ କଳା ପ୍ରତିଷ୍ଠାନ ସୁପ୍ରତିଷ୍ଠିତ କୁଚୁପୁଡି ନୃତ୍ୟାଙ୍ଗନା ଶ୍ରୀମତି ଶାଲୁ ଜିନ୍ଦଲଙ୍କର ଏକ ପରିକଳ୍ପନା  । ବିଭିନ୍ନ ନୃତ୍ୟ ଶୈଳୀର ଅନୁସନ୍ଧାନ ମାଧ୍ୟମରେ ଭାରତ ତଥା ବିଶ୍ୱର ଉକ୍ରୃଷ୍ଟ କଳାର ପରମ୍ପରାକୁ ପ୍ରସର କରିବା ଏହି ଅନୁଷ୍ଠାନର  ଲକ୍ଷ୍ୟ ।

    ଶାନ୍ତିପୂର୍ଣ୍ଣ ଜୀବନ ନିମନ୍ତେ ଏକ ସୃଜନାତ୍ମକ ଓ ସଂପୂର୍ଣ୍ଣ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷଙ୍କର ଜିନ୍ଦଲ କଳା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି  । ଦେଶର ପ୍ରତିଭା ମାନଙ୍କୁ ବିକଶିତ କରିବାରେ ସାହାଯ୍ୟ କରିବା ଓ ଉକୃଷ୍ଟ କଳାର ପରମ୍ପରାକୁ ସଂରକ୍ଷଣ କରିବା ଏହି ପ୍ରତିଷ୍ଠାନର ଉଦେ୍ଧଶ୍ୟ  । 

    ଲୋକମାନଙ୍କ ସୁପ୍ତ ପ୍ରତିଭାକୁ ଉନ୍ମୋଚନକରି, ତାଙ୍କୁ ସଫଳତା ହାସଲକରିବା ନିମନ୍ତେ ସାହାଯ୍ୟ କରିବାରେ ଜିନ୍ଦଲ କଳା ଅନୁଷ୍ଠାନ ପ୍ରମୂଖ ଭୂମିକା ଗ୍ରହଣ କରିବ ବୋଲି ନିଜ ସ୍ୱାଗତ ଭାଷଣରେ ଶ୍ରୀମତି ଶାଲୁ ଜିନ୍ଦଲ କହିଥିଲେ  । ତରୁଣ ହୁଅନ୍ତୁ ବା ବୟସ୍କ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ଓ ବିଶିଷ୍ଠତାକୁ ଚିହ୍ନଟକରି ତାକୁ ନିଖୁଣ ଓ ଉକ୍ରଷ୍ଟ କରିବା ନିମନ୍ତେ ଶିକ୍ଷା ଦେବାକୁ ଏହି ପ୍ରତିଷ୍ଠାନ ଶିକ୍ଷାଦେବ ବୋଲି ସେ ସୂଚନା ଦେଇଥିଲେ  । 

    ଶ୍ରୀମତି ଶାଲୁଜିନ୍ଦଲ ଆହିରି ମଧ୍ୟ କହିଥିଲେ ଯେ, ଜିନ୍ଦଲ କଳା ପ୍ରତିଷ୍ଠାନ ସହିତ ଆମ ସ୍ୱପ୍ନ ବାସ୍ତବାତା ରୂପ ନେଇଛି  ।  ଦେଶର ସୁପ୍ତ କଳା ପ୍ରତିଭାମାନଙ୍କୁ ଉନ୍ମୋଚନ କରିବା ପାଇଁ ଏହି ପ୍ରତିଷ୍ଠାନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ କଳାକାର ମାନଙ୍କ ସହିତ କାର୍ଯ୍ୟ କରିବ  ।

    ଏହି ଭବ୍ୟ ଓ ମନମୁଗ୍ଧକାରୀ ଉଦ୍ଘାଟନୀ  କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ସମେତ ସାଂସ୍କୃତିକ ସଂଗୀତ, ତବଲା ବାଦନ, ପିଆନୋ ବାଦନ, କଥକ ନୃତ୍ୟ, କୁଚୁପୁଡି ନୃତ୍ୟ, ମୋହିନିୟତମ୍ ନୃତ୍ୟ ଓ ସମସାମୟିକ ନୃତ୍ୟ କଳାର ପରିବେଷଣ କରାଯାଇଥିଲା  ।

     

     

    Maximum 500 characters

    ଅର୍ଥନୀତି View all

    Find Us on Facebook