Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡ଼ିକୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

    Share on :
    Date: Aug 12, 2018    Views: 4876

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ିର ସମର୍ଥନ ପାଇଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇ ସାରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେଡ଼ିକୁ ଧନ୍ୟବାଦ ଜଣାଇଛନ୍ତି  । ଯାହାକୁ ନେଇ ପୁଣି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।

    ଧର୍ମେନ୍ଦ୍ର କହିଛନ୍ତିଯେ, ଗତ ୪୦ ବର୍ଷ ଧରି ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ କଂଗ୍ରେସ ହାତରେ ରହିଥିଲା  ।  କଂଗ୍ରେସ ହାତରୁ ଏହି ପଦବୀ ଛଡ଼ାଇ ଆଣିବା ଆମ ଦାୟିତ୍ୱ ରହିଥିଲା  । ଆମେ ଚାହୁଁଛୁ କଂଗ୍ରେସ ମୁକ୍ତ ଭାରତ  । ବିଜେଡ଼ି ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ  । ତେବେ ଆମ ରାଜ୍ୟରୁ ମଧ୍ୟ ଜଣେ ରାଜ୍ୟସଭା ଉପାଧ୍ୟକ୍ଷ ହୋଇପାରିଥା’ନ୍ତେ  । କିନ୍ତୁ ଏନେଇ ଚେଷ୍ଟା କରାଗଲା ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି  ।

    ତେବେ ସତରେ କ’ଣ ବିଜେଡ଼ି ସାଂସଦଙ୍କୁ ଏନଡ଼ିଏ ପ୍ରାର୍ଥୀ କରିବାକୁ ଚାହୁଁଥିଲା କି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ  । ଏଠାରେ ସୂଚାଇ ଦିଆଯାଇପାରେଯେ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ିର ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହେବେବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଥିଲା  । ତେବେ ଏନେଇ ସେତେବେଳେ ମଧ୍ୟ ଓଡ଼ିଶାର ଗଣମାଧ୍ୟମଗୁଡ଼ିକ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ  । ଜୁନ ପହିଲାରେ ଧର୍ମେନ୍ଦ୍ର ଏସଂକ୍ରାନ୍ତୀୟ ପ୍ରତିକ୍ରିୟା ଦେଇ କହିଥିଲେଯେ, ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ  । ତେବେ ସର୍ବସମ୍ମତ ଭାବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହୁଅନ୍ତୁ ବୋଲି ବିଜେପି ଚାହୁଁଛି  । ଏଥିପାଇଁ କଂଗ୍ରେସର ମଧ୍ୟ ସହଯୋଗ ଲୋଡ଼ା ଯିବ ବୋଲି କହିଥିଲେ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook