Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଆକଳନ ଆରମ୍ଭ

    Share on :
    Date: Aug 11, 2018    Views: 451

    ମାଲକାନଗିରି: ଗୋଟିଏ ଦିଗରେ ମହାନଦୀ ବିବାଦ ଚାଲୁ ରହିଥିବାବେଳେ ଅନ୍ୟପଟେ ପୋଲାଭରମ ବିବାଦ ମଧ୍ୟ ତେଜିବାରେ ଲାଗିଛି । ଉଭୟ ମହାନଦୀ ଓ ପୋଲାଭରମକୁ ପ୍ରକଳ୍ପକୁ ନେଇ ଓଡ଼ିଶାରେ କ୍ଷତି ହେଉଥିବା କୁହାଯାଉଥିବାବେଳେ ପ୍ରକୃତରେ କେତେ କ୍ଷତି ହେଉଛି ତାହା ସଠିକ ଜଣାପଡ଼ୁନାହିଁ । ତେବେ ତଥ୍ୟ ହାସଲ ପାଇଁ ସରକାରଙ୍କ ପକ୍ଷରୁ ସାନି ସର୍ଭେ ଆରମ୍ଭ ହୋଇଛି । 
    ରାଜ୍ୟ ସରକାରଙ୍କ ନିଦେ୍ର୍ଧଶକ୍ରମେ ଗତ ମାସକ ତଳେ ସର୍ଭେ କାମ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୨୦ ଜଣିଆ ବିଶେଷଜ୍ଞ ଦଳ ମୋଟୁ ଅଞ୍ଚଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି । ୨୦ ଜଣକୁ ନେଇ ୪ଟି ଟିମ ଗଠନ କରାଯାଇଛି । ମାଲକାନଗିରି ଜିଲ୍ଲା ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଚାଲୁ ରହିଛି । ବର୍ତ୍ତମାନ ୨୦ଟି ଗାଁରେ କ୍ଷୟକ୍ଷତି ଆକଳନ ଚାଲୁ ରହିଛି । ଏମଭି-୭୯ ପୋଟେରୁ ଜଳ ସମ୍ପଦ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ ପ୍ରଧାନଙ୍କ ନେତୃତ୍ୱରେ ୫ ଜଣିଆ ଦଳ ଗଠନ କରାଯାଇ ମୋଟୁ ଓ  ଏହାର ଆଖପାଖ ପ୍ରଭାବିତ ଅଞ୍ଚଳର ଗସ୍ତ କରି ସର୍ଭେ କାର୍ଯ୍ୟ ଚାଲିଛି । କ୍ଷତିଗ୍ରସ୍ତ ହେଉଥିବା ସ୍ଥାନଗୁଡ଼ିକରେ ଚିହ୍ନ ଦିଆଯାଇଛି । ଭୁବେନଶ୍ୱରରୁ ଆସିଥିବା କିଛି ଅଧିକାରୀ ଓ ସ୍ଥାନୀୟ ଯନ୍ତ୍ରୀମାନେ ପ୍ରଭାବିତ ହେଉଥିବା ଗ୍ରାମଗୁଡ଼ିକରୁ ବୁଲି ଯାଞ୍ଚ କରି ମାର୍କିଂ କରିଥିଲେ । ମାସକ ତଳେ ୨୦ଟି ସ୍ଥାନରେ ଚିହ୍ନ ଦିଆଯାଇଥିବା ସୂଚନା ମିଳିଛି । ଏହାକୁ ଦେଖିବା ପରେ ଆଉ କେତେ ଜମି କ୍ଷତି ହେବ ତାକୁ ମଧ୍ୟ ଆକଳନ କରାଯାଉଛି । 

    Read more

    ପୋଲାଭରମ ପାଇଁ ହେବ ଜନଶୁଣାଣି

    ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରସଙ୍ଗରେ ହେବ ଜନଶୁଣାଣି । ଓଡ଼ିଶା ଓ ଛତିଶଗଡ଼ରେ ଏହି ପ୍ରସଙ୍ଗକୁ ନେଇ ଜନଶୁଣାଣି କରାଯିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ଆସନ୍ତା ଶନିବାର ସୁଦ୍ଧା ଟର୍ମସ ଆଣ୍ଡ କଣ୍ଡିସନ ଦାଖଲ ପାଇଁ ସୁପ୍ରିମକୋର୍ଟ ଉଭୟ ...

    Read more

    ନଭେମ୍ବର ୧୫ରେ ପୋଲାଭରମ ମାମଲାର ଚୂଡ଼ାନ୍ତ ଶୁଣାଣି

    ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧୫ ତାରିଖରେ ହେବ ପୋଲାଭରମ ମାମଲାର ଚୂଡ଼ାନ୍ତ ଶୁଣାଣି । ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଗତକାଲି ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ବ୍ୟାକ ୱାଟର ଷ୍ଟଡି ରିପୋର୍ଟ  ମାଗିଥିଲେ ।

    ତେବେ ...

    Read more

    ପୋଲାଭରମ୍‌ ପ୍ରସଙ୍ଗ: ୭ ଜିଲ୍ଲାରେ ହରତାଳ କରିବ ବିଜେଡ଼ି

    ଭୁବନେଶ୍ୱର : ପୋଲାଭରମ୍‌ ପ୍ରସଙ୍ଗରେ ପୁଣି ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି । ଆସନ୍ତା ଅକ୍ଟୋବର ୧ରେ ୭ ଜିଲାରେ ଆନେ୍ଦାଳନ କରାଯିବ ବୋଲି ବିଜେଡ଼ି ପକ୍ଷରୁ ଘୋଷଣା କରାଯାଇଛି । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook