Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରାଯାଇପାରିବ ନାହିଁ: କେନ୍ଦ୍ର ସରକାର

    Share on :
    Date: Aug 10, 2018    Views: 463

    ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାର ୭ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ କେନ୍ଦ୍ର ସରକାର ମନା କରିଦେଇଛନ୍ତ । ସୁପ୍ରିମକୋର୍ଟରେ ଏହି ମାମଲାରେ ଉପରେ ଶୁକ୍ରବାର ଶୁଣାଣି କରି ସରକାର କହିଛନ୍ତି କି ଏହି ମାମଲା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ଅଛି । ଏଥିପାଇଁ ଦୋଷୀମାନଙ୍କୁ ମୁକ୍ତ କରାଯାଇ ପାରିବ ନାହିଁ । 
    ପ୍ରକାଶ ଯେ, ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡର ସମସ୍ତ ଦୋଷୀ ବର୍ତ୍ତମାନ ତାମିଲନାଡ଼ୁ ଜେଲରେ ଅଛନ୍ତି । ସେମାନେ ଗତ ୨୭ ବର୍ଷ ଧରି ଜେଲରେ ଦଣ୍ଡ ଭୋଗୁଛନ୍ତି । ଏହା ପୂର୍ବରୁ ତାମିଲନାଡ଼ୁ ସରକାର ୨୦୧୬ ମାର୍ଚ୍ଚ ୨ରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି କହିଥିଲେ କି ରାଜ୍ୟ ସରକାର  ୭ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ୨୦୧୫ରେ ସୁପ୍ରିମକୋର୍ଟର ଏକ ଆଦେଶ ଅନୁସାରେ ଏହି ଦୋଷୀମାନଙ୍କୁ ମୁକ୍ତ କରାଯିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ଅଟେ । ଏଥିପାଇଁ ଏହି ମାମଲା ସୁପ୍ରିମକୋର୍ଟରେ ଚାଲୁଛି ।
    କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି କି, ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ମଧ୍ୟ ଏହି ୭ ଜଣଙ୍କୁ ମୁକ୍ତ କରିବାକୁ ବିରୋଧ କରିଛନ୍ତି । ସରକାର କହିଛନ୍ତି କି ତାମିଲନାଡ଼ୁ ସରକାରଙ୍କୁ ଏହି ନିଷ୍ପତ୍ତି ବିଷୟରେ ଏପ୍ରିଲ ୧୮ରେ ସୂଚିତ କରାଯାଇଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook