Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାଡ଼ି ଆସୁଛି ବର୍ଷା, ସତର୍କ କଲା ପାଣିପାଗ ବିଭାଗ

    Share on :
    Date: Aug 10, 2018    Views: 201

    ଭୁବନେଶ୍ୱର: ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଦେଶର ପାଖାପାଖି ୯ଟି ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ ତରଫରୁ ଏହି ଆଶଙ୍କା ପ୍ରକାଶ କରାଯିବା ସହ ସତର୍କ ରହିବାକୁ କୁହଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଛତିଶଗଡ଼ ତଥା ପୂର୍ବ ମଧ୍ୟପ୍ରଦେଶରେ ଏକ ଏୟାର ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବା କାରଣରୁ ପାଣିପାଗର ମିଜାଜ ଆଗାମୀ କିଛି ଘଣ୍ଟା ମଧ୍ୟରେ ବଦଳିଯାଇପାରେ । ଯେଉଁ କାରଣରୁ ଆଗାମୀ ୩୬ ଘଣ୍ଟା ମଧ୍ୟରେ କିଛି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 
    ଅନ୍ୟପକ୍ଷରେ ଭୁବେନଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୧୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ୧୨ ତାରିଖ ଠାରୁ ଉତ୍ତର ଓଡ଼ିଶାରେ ବର୍ଷା ବଢିବ । ହେଲେ ଏହା ପୂର୍ବରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ୧୧ ତାରିଖ ଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ । କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗୁପର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ  । ୧୨ ତାରିଖ ଠାରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼ ସମେତ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତସିଂହପୁର ଓ ଯାଜପୁରରେ ୧୪ ତାରିଖ ଯାଏଁ ବର୍ଷାର ପ୍ରଭାବ ରହିବ ।
    ଅନ୍ୟପକ୍ଷରେ ଶୁକ୍ରବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରର କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାଯାଇଛି ।  

    Maximum 500 characters

    ତାଜା ଖବର View all

    Find Us on Facebook