Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନନ୍ଦନକାନନରେ ସିଂହ ମୃତ

    Share on :
    Date: Aug 10, 2018    Views: 123

    ଭୁବନେଶ୍ୱର: ଶୁକ୍ରବାର ନନ୍ଦନକାନନରେ ଏକ ସିଂହର ମୃତୁ୍ୟ ଘଟିଛି । ନନ୍ଦନକାନନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ୮ ବର୍ଷୀୟ ସିଂହଟିର ମୃତୁ୍ୟ ହୋଇଛି । ସିଂହଟି ଗତ କିଛି ଦିନ ଧରି ଅସୁସ୍ଥ ଥିଲା ବୋଲି ନନ୍ଦନକର୍ତ୍ତୃପକ୍ଷ କହିଛନ୍ତି । 
    ସୂଚନା ଯୋଗ୍ୟ ଯେ, ନନ୍ଦନକାନନର ସିଂହ ସଫାରିରେ ସିଂହ ବଂଶ ବୃଦ୍ଧି କରିବା ଲକ୍ଷ୍ୟରେ ୨୦୧୫ ମସିହାରେ ଏହି ସିଂହଟକୁ ଅନ୍ୟ ୩ଟି ସଂହ ସହ ନନ୍ଦନକାନନ ଅଣାଯାଇଥିଲା । ସେତେବେଳେ ଏହାର ବୟସ ମାତ୍ର ୫ ବର୍ଷ ଥିଲା । ମାତ୍ର ଯୁବା ବୟସରେ ଏହି ସିଂହର ମୃତୁ୍ୟ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ତେବେ ବ୍ୟବଚ୍ଛେଦ ପରେ ମୃତୁ୍ୟର କାରଣ ସମ୍ପର୍କରେ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook