Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭାଲୁ ଆକ୍ରମଣରେ ୨ ଗୁରୁତର

    Share on :
    Date: Aug 10, 2018    Views: 31

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲରକି ଗ୍ରାମରେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ୟାଦ ବିଶ୍ୱାଳ ଓ ନିବାସ କୁମାର ନିଆଲ । ଶୁକ୍ରବାର ସକାଳେ ଉଭୟ ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ହଠାତ ଏକ ଭାଲୁ ଆସି ସେମାନଙ୍କୁ ଆକ୍ରମଣ କରିଥିଲା । ଏଥିରେ ୟାଦ ବିଶ୍ୱାଳଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ନିବାସଙ୍କ ହାତ ପାପୁଲିୁକ ଭାଲୁ କାମୁଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କୋମନା ଡାକ୍ତରଖାନା ଓ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook