Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆଶାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

    Share on :
    Date: Aug 10, 2018    Views: 223

    ଭୁବନେଶ୍ୱର: ଆଶାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଆଶାକର୍ମୀଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ  । ନିଜର ଦାବି ପୂରଣ ପାଇଁ ବିଭିନ୍ନ ସମୟରେ ଆନେ୍ଦାଳନ ସହ ଧାରଣା ଦେଇଆସୁଥିବା ଆଶାକର୍ମୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି । ଛତା, ଚପଲ, ସାଇକେଲ, ଆଲମିରା ଓ ଟର୍ଚ୍ଚ ପାଇଁ ଆଶା କର୍ମୀମାନଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହ ଆଶାକର୍ମୀଙ୍କ ସହାୟତା ରାଶି ୨୦ ହଜାର ଟଙ୍କାକୁ ମଧ୍ୟ ବୃଦ୍ଧି କରାଯାଇଛି । ସେହିପରି ଆଶା ଅବ୍ୟାହତି ଯୋଜନାରେ ପ୍ରତ୍ୟେକ ଆଶାକର୍ମୀଙ୍କୁ ୨୦ ହଜାର ଟଙ୍କା ମିଳିବ । ୧୦ ବର୍ଷ କାର୍ଯ୍ୟ ପରେ ସ୍ୱେଚ୍ଛାକୃତ ଅବସର ନେଲେ ଏହି ୨୦ ହଜାର ଟଙ୍କା ମିଳିବ  । ଏହି ଯୋଜନାରେ ରାଜ୍ୟର ୪୭ ହଜାର ଆଶାକର୍ମୀ ଉପକୃତ ହେବେ ବୋଲି ଜଣାଯାଇଛି । 
    ଆଶା କର୍ମୀଙ୍କ କ୍ଷେତ୍ରରେ ବଡ଼ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆଶାକର୍ମୀଙ୍କ ଅବଦାନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ୪୭ ହଜାରରୁ ଊଦ୍ଧ୍ୱର୍ ଆଶାମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଛି । 

    Read more

    ମୁଖ୍ୟମନ୍ତ୍ରୀଙ୍କ ରଜ ଶୁଭେଚ୍ଛା

    ଭୁବନେଶ୍ୱର:  ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଣପର୍ବ ରଜର ପବିତ୍ର ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଟ୍ୱିଟ କରି ସେ ଲଖିଛନ୍ତି ଓଡ଼ିଶାର ...

    Read more

    ପରୀକ୍ଷାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

    କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳତି ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱୁଟ୍‍ କରି ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦଶମ ବୋର୍ଡ଼ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ...

    Read more

    ମୋ ପାଇଁ ଅପୂରଣୀୟ କ୍ଷତି: ନବୀନ

    ଭୁବନେଶ୍ୱର: ବେଦପ୍ରକାଶ ଅଗ୍ରୱାଲଙ୍କ ପରି ଜଣେ ବ୍ୟକ୍ତିଙ୍କୁ ହରାଇବା ମୋ ପାଇଁ ଓ  ବିଜେଡି ପାଇଁ ଅପୂରଣୀୟ କ୍ଷତି । ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକରେ ଶୋକବ୍ୟକ୍ତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ବରିଷ୍ଠ ରାଜନେତା ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook