Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆଜି ବି ବଲାଙ୍ଗୀର ବନ୍ଦ, ଜୀବନଯାତ୍ରା ଠପ

    Share on :
    Date: Aug 10, 2018    Views: 365

    ବଲାଙ୍ଗୀର: ବଲାଙ୍ଗୀର ସହରରେ ପାଇପାସ ଓ ରିଂରୋଡ ଦାବି ଜୋର ଧରିଛି । ଫଳରେ ଦୁଇ ଦିନ ହେଲା ଠପ ହୋଇଯାଇଛି ବଲାଙ୍ଗୀର ବାସିନ୍ଦାଙ୍କ ଜୀବନଯାତ୍ରା । ଆଜି ବି ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବଜରଙ୍ଗ ଦଳ ଦେଇଥିବା ଆନେ୍ଦାଳନ ଡାକରାରେ ପ୍ରାୟ ୫୦ଟି ସଙ୍ଗଠନ ସାମିଲ ହୋଇଛନ୍ତି । 
    ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବଜରଙ୍ଗ ଦଳର ସଦସ୍ୟମାନେ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବାଇପାସ ରୋଡ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଆସୁଥିବାବେଳେ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଫଳରେ ସଡ଼କ ଦୁର୍ଘଟଣାରେ ଅକାଳରେ ଲୋକଙ୍କ ଜୀବନ ଯାଉଛି । ଯାହାକୁ ନେଇ ଆନେ୍ଦାଳନ ତୀବ୍ରରୂପ ଧାରଣ କରିଛି । ବାଇପାସ ରୋଡ ନିର୍ମାଣ ଦାବିରେ ଦୁଇ ଦିନ ହେଲା ବଲାଙ୍ଗୀର ଠପ ହୋଇଯାଇଛି । ଯଦ୍ୱାରା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି କଂଗ୍ରେସ  ଦିନିକିଆ ବନ୍ଦ ଡାକରା ଦେଇଥିବାବେଳେ ମିଳିତ କ୍ରିୟାନୁଷ୍ଠାନ କମିଟି ଦୁଇ ଦିନିଆ ବନ୍ଦ ଡାକରା ଦେଇଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook