Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗାନ୍ଧି ଜୟନ୍ତୀରେ ୨୫ ଲକ୍ଷ ହିତାଧିକାରୀ ପାଇବେ ଖାଦ୍ୟ ଶସ୍ୟ

    Share on :
    Date: Aug 10, 2018    Views: 133

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରୁ ଯେପରି କେହି ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ୨୫ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଖାଦ୍ୟଶସ୍ୟ ପ୍ରଦାନ ନେଇ ସରକାର ସ୍ଥିର କରିଛନ୍ତି । ତେଣୁ ଏହା ପୂର୍ବରୁ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ସେମାନଙ୍କୁ ରାସନକାର୍ଡ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀ ପାଢୀ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ବିଭିନ୍ନ ଜିଲ୍ଲାରେ ହିତାଧିକାରୀ ଚିହ୍ନଟ ସନ୍ତୋଷଜନକ ନଥିବାରୁ ଧାର୍ଯ୍ୟ ସମୟ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ସେ କହିଛନ୍ତି । ଗାନ୍ଧି ଜୟନ୍ତୀ ଦିନ ଏହି ୨୫ ଲକ୍ଷ ହିତାଧିକାରୀ ଖାଦ୍ୟଶସ୍ୟ ପାଇବେ । ଏହାକୁ ଲକ୍ଷ୍ୟ ରଖି ଆନୁଷଙ୍ଗିକ କାର୍ଯ୍ୟ ସାରିବାକୁ ସେ କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook