Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୁଲିସ ପରୀକ୍ଷା ବେଳେ ଚାଲିଗଲା ଜୀବନ

    Share on :
    Date: Aug 10, 2018    Views: 197

    କଟକ: ପୁଲିସ ପରୀକ୍ଷା ବେଳେ ଚାଲିଗଲା ଜୀବନ । ଗୁରୁବାର ଓଡ଼ିଶା ଷ୍ଟେଟ ଆର୍ମ ପୁଲିସର ପରୀକ୍ଷା ଚାଲିଥିବାବେଳେ ଅଘଟଣ ଘଟିଛି । ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ପ୍ରତିଯୋଗୀଙ୍କ ମୃତୁ୍ୟ ହୋଇଛି । ମୃତକ ଜଣକ ହେଲେ କଟକ ଜିଲ୍ଲା ନରସିଂହପୁର ବ୍ଲକର ସୁରେଶ ପ୍ରଧାନ । କଟକ ଠାରେ ଚାଲିଥିବା ପରୀକ୍ଷାବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । 
    ସୁରେଶଙ୍କ ମୃତୁ୍ୟ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାରର ଜଣକୁ ଚାକିରିି ଓ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରି ଲୋକେ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ । 

    Maximum 500 characters

    ଆଂଚଳିକ View all

    Find Us on Facebook