Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ବିସ୍ଫୋରକ ଜବତ

    Share on :
    Date: Aug 10, 2018    Views: 167

    ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଜାତୀୟ ରାଜଧାନୀର ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ଜବତ କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ଦୁଇଟି ପୃଥକ ଅଭିଯାନରେ ଦୁଇ ଜଣ ବୁଲା ଅସ୍ତ୍ରବିକାଳିଙ୍କ ଠାରୁ କାର୍ବାଇନ ଓ କ୍ୟାଟ୍ରିଜ ସମେତ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ଉଦ୍ଧାର କରିଛି । 
    ପଶ୍ଚିମବଙ୍ଗ ମାଲଦାର ବାସିନ୍ଦା ମହମ୍ମଦ ଅଜିମୁଦ୍ଧିନ ଶେଖ ଓରଫ ଅଜିମ ଏବଂ ଉତ୍ତର ପ୍ରଦେଶର ଶାମଲି ବାସିନ୍ଦା ସୋୟାମ ଓରଫ ଆସ ମହମ୍ମଦ । ଦୁହେଁ ଗତ ଚାରି ପାଞ୍ଚ ବର୍ଷ ହେବ ଦିଲ୍ଲୀର ଅପରାଧୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିଲେ । 
    ଆଜିମ ଓ ଅକିଲ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ନେଇ ଦିଲ୍ଲୀ ହାଜି କୟୁମ ପାଖକୁ ଆସିଥିଲା । ତା ଟ୍ରଲି ବ୍ୟାଗରୁ ଦୁଇଟି ଅଟୋମେଟିକ କାର୍ବାଇନ, ୩୮ଟି ପିସ୍ତଲ ଓ ୫୦ଟି ଗୁଳି ଜବତ କରାଯାଇଛି । ଜିଟି କର୍ଣ୍ଣଲ ରୋଡ ନିକଟ ସିଙ୍ଘୋଲା ଗ୍ରାମ ପାଖରେ ଥିବା ସିଏନଜି ଠାରୁ ସୋୟମକୁ ଗିରଫ କରାଯାଇଥିଲା । ତା ବ୍ୟାଗରୁ ୩୨ଟି ପିସ୍ତଲ ଓ ୧୯ଟି ମାଗାଜିନ ଉଦ୍ଧାର କରାଯାଇଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook