Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ସହ ମିଶିବାର ପ୍ରଶ୍ନ ଉଠୁନାହିଁ : ଧର୍ମେନ୍ଦ୍ର

    Share on :
    Date: Aug 9, 2018    Views: 6007

    ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି। ବିଜେଡିର ବି ଟିମ ବିଜେପି ବୋଲି କଂଗ୍ରେସ ଅଭିଯୋଗ ବାଢିଥିବା ବେଳେ ଆଗାମୀ ନିର୍ବାଚନରେ ଉଭୟ ଦଳ ମଧ୍ୟରେ ବୁଝାମଣା ହୋଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ମତ ରଖିଛନ୍ତି। ସେ କହିଛନ୍ତିଯେ, ସର୍ବସମ୍ମତିକ୍ରମେ ଉପାଧ୍ୟକ୍ଷ ନିର୍ବାଚନ ହେବା କଥା। ହେଲେ ବିରୋଧୀ ଏହା କରାଇ ଦେଲେନାହିଁ। ଯେଉଁ ଦଳଗୁଡିକ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ। ତେବେ ବିଜେଡି ସହ ମିଶିବାର ପ୍ରଶ୍ନ ଉଠୁନାହିଁ। ନିଜ ଦମରେ ବିଜେପି ଲଢିବ ବୋଲି ସେ କହିଛନ୍ତି।

    Read more

    ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

    ଭୁବନେଶ୍ୱର: ଶୀର୍ଷକଟି ପଢିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । କାରଣ  ବିଗତ ନିର୍ବାଚନ ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ  ନିଜ ମୁହଁରୁ ବିଷ ଓଗାଳୁଥିବା ଧର୍ମେନ୍ଦ୍ର ପ୍ରଧାନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ଘଟଣାକୁ ...

    Read more

    ତୈଳ ଯୋଗାଣର ସମୀକ୍ଷା କଲେ ଧର୍ମେନ୍ଦ୍ର

    ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଯୋଗାଣର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫୋନିର ୭ ଦିନ ପରେ ସ୍ୱାଭାବିକ ହେଉଛି ତୈଳ ଯୋଗାଣ । ବାତ୍ୟାଞ୍ଚଳରେ କ୍ଷତିଗ୍ରସ୍ତ ...

    Read more

    ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡିର ଫରାଦ

    ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ ହୋଇଛି । ଯାଞ୍ଚବେଳେ  ଦୁର୍ବ୍ୟବହାର ନେଇ  ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ...

    Maximum 500 characters

    ଅଧିକ ମତାମତ

    Bjp jindabad... Joy ho Bjp..

    D. Saumya Ranjan

    Aug 9, 2018

    ରାଜନୀତି ତଡ଼କା View all

    Find Us on Facebook