Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏଣିକି ପ୍ଲାଷ୍ଟିକ ବୋତଲ ଫେରାଇଲେ ମିଳିବ ଟଙ୍କା

    Share on :
    Date: Aug 9, 2018    Views: 1323

    ଭୁବନେଶ୍ୱର: ଥଣ୍ଡା କିମ୍ବା ପାଣି ପିଇ ସାରିବା ପରେ ଆପଣମାନେ ପ୍ଲାଷ୍ଟିକ ବୋତଲ ଫିଙ୍ଗି ଦେଉଛନ୍ତି କି? କ୍ଷୀର ନେଇ ସାରିବା ପରେ ଜରି ପ୍ୟାକେଟକୁ ଫିଙ୍ଗି ଦେଉଛନ୍ତି କି? ଯଦି ଆପଣମାନେ ଏପରି କରୁଛନ୍ତି ତେବେ ଆପଣମାନେ କ୍ଷତିରେ ପଡ଼ିବେ । କାରଣ ଏବେ ପ୍ଲାଷ୍ଟିକ ବୋତଲ ଓ ଓମଫେଡ ଜରି ଫେରାଇଲେ ଟଙ୍କା ମିଳିବ । କଥା ଟା ଟିକେ ଅଡ଼ୁଆ ଲାଗୁଥିଲେ ହେଁ ସତ । ପ୍ରଦୂଷଣକୁ ରୋକିବା ତଥା ରାଜ୍ୟରେ ପ୍ଲାଷ୍ଟିକକୁ ନିଷେଧ କରିବା ପାଇଁ ଓଡ଼ିଶା ସରକାର ଏହି ଅଭିନବ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛନ୍ତି । 
    ରାଜ୍ୟରେ ପ୍ଲାଷ୍ଟିକ ନିଷେଧ ନେଇ ଗୁରୁବାର ଏକ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓମଫେଡ ଜରି ଓ ପ୍ଲାଷ୍ଟିକ ଫେରାଉଥିବା ଲୋକମାନଙ୍କୁ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଜରିକୁ ଯେକେହି ଦେଇପାରିବେ ନାହିଁ । ଏଥିପାଇଁ ସ୍ୱତନ୍ତ୍ର ଏଜେଣ୍ଟମାନଙ୍କୁ ନିଯୁକ୍ତ କରାଯିବ । ସେମାନଙ୍କ ମାଧ୍ୟମରେ ଓମଫେଡ ଜରି ଓ ପ୍ଲାଷ୍ଟିକ ସଂଗ୍ରହ କରାଯିବ । ଅଗଷ୍ଟ ଶେଷ ସୁଦ୍ଧା ସର୍ବସାଧାରଣରେ ଏନେଇ ସୂଚନା ଦିଆଯିବ । ଏପରିକି ଏନେଇ ମତାମତ ରଖିବାକୁ ଜନସାଧାରଣଙ୍କୁ ୧୫ ଦନ ସମୟ ଦିଆଯିବ । ତେବେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପ୍ଲାଷ୍ଟିକ ନିଷେଧ ନିୟମ ଆସିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଦୁଇ ସପ୍ତାହ ମଧ୍ୟରେ ନିୟମ ରୂପାୟନ ପାଇଁ ମୁଖ୍ୟ ସଚିବ ଅଦିତ୍ୟ ପ୍ରସାଦ ପାଢୀ ନିଦେ୍ର୍ଧଶ ଦେଇଥିବା ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।   

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook