Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆମେରିକା କଂଗ୍ରେସକୁ ଯିବେ ପ୍ରଥମ ମୁସଲିମ ମହିଳା

    Share on :
    Date: Aug 9, 2018    Views: 83

    ନୁ୍ୟୟର୍କ: ଏକ ଐତିହାସିକ ଘଟଣାକ୍ରମେ ପ୍ରଥମ ମୁସଲମାନ ମହିଳାଭାବେ ୪୨ ବର୍ଷୀୟା ରଶିଦା ତାଲିବ ଆମେରିକା କଂଗ୍ରେସର ସଦସ୍ୟତା ହାସଲ କରିବାକୁ ଯାଉଛନ୍ତି । ଡେମୋକ୍ରାଟିକ ଦଳର ପ୍ରାର୍ଥୀଭାବେ ମିଚିଗାନର ତ୍ରୟୋଦଶ କଂଗ୍ରେସ ଜିଲ୍ଲାରୁ ସେ ବିନା ପ୍ରତିଦ୍ୱନ୍ଦିତାରେ  ବିଜୟ ହାସଲ ପୂର୍ବକ ଜନ କନିୟେର୍ସ ଜୁନିୟରଙ୍କ ସ୍ଥାନରେ କଂଗ୍ରେସକୁ ନିର୍ବାଚିତ ହେବେ । ତେବେ ରଶିଦାଙ୍କ ବିରୋଧରେ ରିପବ୍ଲିକାନ ଦଳର ପ୍ରାର୍ଥୀ ନଥିବାରୁ ଆସନ୍ତା ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ତାଙ୍କର ବିଜୟ ନିଶ୍ଚିତ ହୋଇଛି । ଜନ କନିୟେର୍ସ ଗତ ୫୦ ବର୍ଷ ଧରି ଏଠାରୁ ପ୍ରତିନିଧିତ୍ୱ କରିଆସୁଥିଲେ । ଜନ ୮୯ ବର୍ଷ ବୟସରେ ଗତ ଡିସେମ୍ବରରେ ଏହି ପଦରୁ ଓହରି ଯାଇଥିଲେ । ରଶିଦା ହେଉଛନ୍ତି ପାଲେଷ୍ଟାଇନ ବଂଶୋଦ୍ଭବ । ୨୦୦୮ରେ ସେ ପ୍ରଥମ ମୁସଲମାନ ମହିଳାଭାବେ ପ୍ରାଦେଶିକ ନିର୍ବାଚନରେ ବିଜୟୀ ହୋଇଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook