Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିଲ୍ଲୀରେ ଖୋଲିବ ଓଡ଼ିଆ ଭାଷା ଏକାଡେମୀ

    Share on :
    Date: Aug 9, 2018    Views: 25

    ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତର ରାଜଧାନୀ ଦିଲ୍ଲୀରେ ଖୋଲିବ ଓଡ଼ିଆ ଭାଷା ଏକାଡେମୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଆ ସମେତ ମାଲାୟଲମ, ଗୁଜରାଟୀ, ବଙ୍ଗାଳୀ, କଶ୍ମିରୀ, ତେଲୁଗୁ, କନ୍ନଡ଼, ହରିୟାଣୀ, ଗଡ଼ୱାଲି, କୁମାୟୁଁ, ଆସାମ, ତାମିଲ, ପାଲି, ପ୍ରାକରିତ ଓ ମାରୱାଡ଼ି ଏକାଡେମୀ ଖୋଲାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ବସବାସ କରୁଥିବା ବିଭିନ୍ନ ରାଜ୍ୟର ଲୋକ ଏବଂ ସେମାନଙ୍କୁ ଭାଷା ଅନୁସାରେ ଏକାଡେମୀ ଖୋଲାଯିବା ନେଇ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରାଯାଇଛି । ଓଡ଼ିଆ ସମେତ ୧୫ଟି ନୂଆ ଏକାଡେମୀ ଖୋଲାଯିବା ପାଇଁ ବିଭିନ୍ନ ସଙ୍ଗଠନ ଓ ସଂସ୍ଥାମାନଙ୍କ ପକ୍ଷରୁ ଦିଲ୍ଲୀ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ ଦାବିପତ୍ର ଉପସ୍ଥାପନ କରାଯାଇଥିଲା । ଦିଲ୍ଲୀରେ ବର୍ତ୍ତମାନ  ହିନ୍ଦି, ସଂସ୍କୃତ, ମୈଥିଲି, ଭୋଜପୁରୀ, ପଞ୍ଜାବୀ, ସିଦ୍ଧି ଓ ଉର୍ଦ୍ଧୁ ଭାଷାରେ ଏକାଡେମୀ ରହିଛି ।  କ୍ୟାବିନେଟ ନିଷ୍ପତ୍ତି ନିଆଯିବା ପୂର୍ବରୁ ଦିଲ୍ଲୀ ସରକାର ରାଜ୍ୟରେ ଓଡ଼ିଆ ଭାଷା ଏକାଡେମୀ ସମେତ ୧୫୦ଟି ଭାଷା ଏକାଡେମୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ପରିମାଣର ବ୍ୟୟବରାଦ କରାଯିବ ବୋଲି କହିଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook