Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

    Share on :
    Date: Aug 9, 2018    Views: 55

    ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ହଦଗଡ଼ ଗ୍ରାମରେ ଥିବା ଏକ ଜଙ୍ଗଲରୁ ଜଣେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗୁରୁବାର ସକାଳୁ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ଜଣେ ଯୁବକ ଶିଶୁ କନ୍ୟାର କାନ୍ଦ ଶୁଣି ଘଟଣାସ୍ଥଳରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । କେହି ଶିଶୁ କନ୍ୟାଟିକୁ କପଡ଼ାରେ ଗୁଡ଼ାଇ ଦେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାଯାଇଛି । ନବଜାତ ଶିଶୁ କନ୍ୟା ଦେହରେ ଜନ୍ଦା ପିମ୍ପୁଡ଼ି ଲାଗି ରହିଥିବା ଦେଖି ଯୁବକ ଜଣକ ତାକୁ ଅଂଳାବାରେଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଶିଶୁ କନ୍ୟାର ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣାଯାଇଛି । ତେବେ ଶିଶୁ କନ୍ୟାର ପରିଚୟ ଏବଂ କିଏ ଓ କାହିଁକି ତାକୁ ଏମିତି ଛାଡ଼ି ଚାଲିଯାଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook