Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

    Share on :
    Date: Aug 9, 2018    Views: 2765

    ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ତଥା ଜେଡ଼ିୟୂ ସାଂସଦ ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି  । ଅପରପକ୍ଷରେ ଉପା ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବିକେ ହରିପ୍ରସାଦ ପରାସ୍ତ ହୋଇଛନ୍ତି  । ଭୋଟିଂ ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଏହା ଘୋଷଣା କରିଛନ୍ତି  । ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଉପରାଷ୍ଟ୍ରପତିଙ୍କ ସମେତ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରମୁଖ ସ୍ୱାଗତ ଜଣାଇଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟସଭାରେ ଶ୍ରୀ ସିଂହଙ୍କୁ ସ୍ୱାଗତ କରିଥିଲେ  ।

    ପ୍ରଥମ ଦଫା ଭୋଟରେ ୨୦୬ ଖଣ୍ଡ ଭୋଟ ପଡ଼ିଥିଲା  । ହରିବଂଶଙ୍କ ସପକ୍ଷରେ ୧୦୫ ଜଣ ଭୋଟ ଦେଇଥିବାବେଳେ ବିପକ୍ଷରେ ୮୯ ଜଣ ଭୋଟ ଦେଇଥିଲେ  । ୨ ଜଣ ଅନୁପସ୍ଥିତ ରହିଥିଲେ  । ତେବେ କେତେକ ସାଂସଦ ଭୋଟ ଦେଇପାରିନଥିବା ଜଣାପଡ଼ିଥିଲା  । ଫଳରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଦ୍ୱିତୀୟ ଥର ଭୋଟିଂ ପ୍ରକ୍ରିୟା ଆରମ୍ଭ କରିଥିଲେ  । ଦ୍ୱିତୀୟ ଥର ଭୋଟିଂ ବେଳେ ୨୨୨ ସାଂସଦ ଭୋଟ ଦେଇଥିଲେ  । ଯେତେବେଳେକି ୨ ଜଣ ଅନୁପସ୍ଥିତ ରହିଥିଲେ  । ଭୋଟିଂରେ ହରିବଂଶଙ୍କ ସପକ୍ଷରେ ୧୨୨ ଖଣ୍ଡ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୯୮ ଖଣ୍ଡ ଭୋଟ ପଡ଼ିଥିଲା  ।

    ତେବେ ଚୂଡ଼ାନ୍ତ ଫଳାଫଳ ସମ୍ପର୍କରେ ଘୋଷଣା କରି ରାଜ୍ୟସଭା ଅଧ୍ୟକ୍ଷ କହିଲେଯେ, ହରିବଂଶଙ୍କ ସପକ୍ଷରେ ୧୨୫ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୧୦୫ ଭୋଟ ପଡ଼ିଛି  । ତେଣୁ ସେ ହରିବଂଶଙ୍କୁ ନିର୍ବାଚିତ ବୋଲି ଘୋଷଣା କରିଥିଲେ  ।

    Maximum 500 characters

    ତାଜା ଖବର View all

    Find Us on Facebook