Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଏନକାଉଣ୍ଟରେ ଅପରାଧୀ ଆହତ

    Share on :
    Date: Aug 9, 2018    Views: 59

    ଆସିକା:ଗଞ୍ଜାମ ଜିଲ୍ଲା ଆସିକାର ଚାରିମାଇଲ ଛକ ନିକଟରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ କାଳୁ ବିଶ୍ୱାଳ ଆହତ ହୋଇଛି । ତା’ର ଡାହାଣ ଗୋଡ଼ରେ ଗୁଳିବାଜିଛି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସିକା ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆସିକା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆପଲ୍ଲୀ ଗ୍ରାମର କାଳୁ ଗତକାଲି ରାତିରେ ଏକ ନମ୍ବରବିହୀନ ବାଇକରେ ବାଲିପଦର ଯାଉଥିଲା । ଏହି ସମୟରେ ଆସିକା ଏବଂ ବରଗଡ଼ ପୁଲିସ ତାର ପିଛା କରିଥିଲା । ରାସ୍ତାରେ କାଳୁ ପୁଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲା । ଏହା ପରେ ପୁଲିସ ଗୁଳି ଚଳାଇବାରୁ ସେ ଆହତ ହୋଇଥିଲା । 
    କାଳୁ ନାମରେ ଆସିକା, ଧରାକୋଟ, ସୋରଡ଼ା, ବରଗଡ଼ ଓ କବିସୂର୍ଯ୍ୟନଗରରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି । ତା’ ଠାରୁ ଏକ ମାଉଜର, ୩ଟି ଗୁଳି ଓ ଏବ ବାଇକ ଜବତ କରାଯାଇଛି । 

    Read more

    ୨ ଅପରାଧୀଙ୍କୁ ଏନକାଉଣ୍ଟର

    ଭୁବନେଶ୍ୱର: ଖୋର୍ଦ୍ଧାରେ ୨ ଅପରାଧୀଙ୍କୁ ଶୁକ୍ରବାର ଏନକାଉଣ୍ଟର କରାଯାଇଛି । ବେଗୁନିଆ ପୁଲିସର ଏନକାଉଣ୍ଟରରେ ୨ ଅପରାଧୀ ଆହତ ହୋଇଛନ୍ତି ।

      ସେମାନେ ହେଲେ ପିଣ୍ଟୁ ମାଝୀ ଓ ଉମେଶ ସାହୁ ।  ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ସେମାନଙ୍କୁ ଖୋର୍ଦ୍ଧା ...

    Read more

    ଏନକାଉଣ୍ଟର: ଅପରାଧୀ ସମେତ ୪ ପୁଲିସ ଆହତ

    ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି । ଗୁଳି ବିନିମୟ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଆହତ ହୋଇଛି । ମନୋଜ ନାମରେ ଏକାଧିକ  ଅପରାଧିକ ମାମଲା ରହିଛି । ତେଣୁ ତାକୁ ଧରିବା ପାଇଁ ପୁଲିସ ...

    Read more

    ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡ ସମେତ ୩ ନିହତ

    ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମାରେ  ଦୀର୍ଘ ୮ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ସୁରକ୍ଷା କର୍ମୀଙ୍କୁ ସଫଳତା ମିଳିଛି । ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ପୁଲୱାମା ଅତ୍ମଘାତୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତଥା ଜୈଶ ...

    Maximum 500 characters

    ଆଂଚଳିକ View all

    Find Us on Facebook