Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସିବିଆଇ ଭୟରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି ବିଜେଡ଼ି : ନିରଞ୍ଜନ

    Share on :
    Date: Aug 9, 2018    Views: 1639

    ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ ଜେଡ଼ିୟୂ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିଛି  । ଯାହାକୁ ନେଇ ବିଜେଡ଼ିକୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ  । ସିବିଆଇ ଭୟରେ ଏନଡ଼ିଏ ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ କରିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି  ।

    ନିରଞ୍ଜନ କହିଛନ୍ତିଯେ, ବିଜେଡ଼ିକୁ ସିବିଆଇ ଭୟ ଘାରିଛି  । ତେଣୁ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି  । ଗତ ୪ ବର୍ଷ ହେଲା ବିଜେପି ସହ ବିଜେଡ଼ି ସମ୍ପର୍କ ରଖିଆସିଛି  । ବିଜେଡ଼ି କିଭଳି ସମଦୂରତା ରକ୍ଷା କରୁଛି ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି  । ନିଜ ସୁରକ୍ଷା ପାଇଁ ବିଜେଡ଼ି ଏଭଳି କରୁଛି ବୋଲି ନିରଞ୍ଜନ କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook