Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କାହିଁକି ‘ହରିବଂଶ’ଙ୍କୁ ସମର୍ଥନ କଲା ବିଜେଡ଼ି ?

    Share on :
    Date: Aug 9, 2018    Views: 8837

    ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜୁ ଜନତା ଦଳ ? ଦୀର୍ଘ ସମୟ ଧରି ଝୁଲାଇ ରଖିଥିଲେ ନବୀନ  । ହେଲେ ଶେଷରେ କାଡର଼୍ ଖୋଲିଲେ  । କଂଗ୍ରେସକୁ ନୁହେଁ ଏନଡ଼ିଏକୁ ହିଁ ସମର୍ଥନ କରିବା ପାଇଁ ନିଷ୍ପତି ନେଇଥିଲେ ନବୀନ  । ଯାହାକୁ ନେଇ ଜାତୀୟ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋରଧରିଛି  । ତେବେ ନବୀନ କାହିଁକି ହରିବଂଶଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କଲେ ତାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ  ।

    ୧. ପ୍ରଥମେ ଏନଡ଼ିଏ ତା’ର ପ୍ରାର୍ଥୀ ସଂକ୍ରାନ୍ତରେ ନିଷ୍ପତି ନେଇଥିଲା  । ଜେଡ଼ିୟୂ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରାଗଲା  । ହରିବଂଶ ପ୍ରାର୍ଥୀ ହେବା ନେଇ ଏନଡ଼ିଏର ନିଷ୍ପତି ହେବା ମାତ୍ରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡ଼ିୟୂ ସୁପ୍ରିମୋ ନୀତିଶ କୁମାର ତୁରନ୍ତ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ  । ପରେପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନବୀନଙ୍କ ସହ ଆଲୋଚନା କରିଥିଲେ  । ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଥିଲେ  ।

    ଗୋଟିଏ ପଟେ ବିଜେଡ଼ିର ସମର୍ଥନ ନେବା ପାଇଁ ଏନଡ଼ିଏ ବ୍ୟଗ୍ର ହୋଇପଡ଼ିଥିବାବେଳେ ଉପା ଅବା ଅନ୍ୟ ବିରୋଧୀ ଦଳ ପକ୍ଷରୁ ନବୀନଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ସେଭଳି ବ୍ୟଗ୍ରତା ପ୍ରକାଶ ପାଇନଥିଲା  । ଖାଲି ସେତିକିନୁହେଁ ପ୍ରାର୍ଥୀପତ୍ର ଦାଖଲ କରିବା ମାତ୍ରେ ବିଜେଡ଼ି ସାଂସଦମାନଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ ହରିବଂଶ  ।

    ୨. ଉପା ପକ୍ଷରୁ ପ୍ରଥମେ ଏନସିପି ସାଂସଦ ବନ୍ଦନା ଚଭନଙ୍କୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା  । ଏମିତିକି ଏନସିପି ସାଂସଦ ଶରଦ ପାୱାର ନବୀନଙ୍କ ସହ ଆଲୋଚନା କରିଥିଲେ  । ସମର୍ଥନ ଦେବାକୁ କହିଥିଲେ  । ତେବେ ନବୀନ ସିଧାସିଧା ପାୱାରଙ୍କୁ କହିଥିଲେ, ଏଯାଏଁ ଉପା ପକ୍ଷରୁ କୌଣସି ନେତା ତାଙ୍କୁ ଯୋଗଯୋଗ କରିନାହାନ୍ତି  । ଯେତେବେଳେକି ଜେଡ଼ିୟୁ ଓ ବିଜେପି ସଭାପତି ତାଙ୍କ ସହ ଆଲୋଚନା କରିସାରିଛନ୍ତି  । ତେଣୁ ସେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ନିଷ୍ପତି ନେଇଛନ୍ତି ବୋଲି ପାୱାରଙ୍କୁ କହିଥିଲେ  । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇସାରିଥିଲା  ।
    ୩. ନୀତିଶ କୁମାର ଯେତେବେଳେ ନବୀନଙ୍କ ସହ ଆଲୋଚନା କରିଥିଲେ ସେତେବେଳଠାରୁ ନବୀନ  ତାଙ୍କୁ ସବୁଜ ସଂକେତ ଦେଇସାରିଥିଲେ  । ଯେଉଁଥିପାଇଁ ଶାହା, ରାଜନାଥ କଥା ହୋଇଥିଲେ  । ନବୀନ ଏନଡ଼ିଏକୁ ସମର୍ଥନ କରିବା ପାଇଁ ଆଗ୍ରହୀ ଥିବା ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଥିଲେ  । ଯେଉଁ ଦଳ ଓଡ଼ିଶାରେ ତାଙ୍କୁ କଠୋର ସମାଲୋଚନା କରୁଛି, ଯେଉଁ ନେତାମାନେ ଓଡ଼ିଶା ଆସି ତାଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି ସେହି ନେତାମାନେ ସିଧାସଳଖ ଭାବେ ତାଙ୍କ ସହ ଆଲୋଚନା କରିବା ନିଶ୍ଚିତ ଭାବେ ନବୀନଙ୍କ ପାଇଁ ଉତ୍ସାହର କାରଣ ହୋଇଥିଲା  ।

    ୪. ଉପା ପକ୍ଷରୁ ସିଧାସଳଖ କଂଗ୍ରେସ ସାଂସଦଙ୍କୁ ପ୍ରାର୍ଥୀ କରାଗଲା  । ଯିଏକି ପୂର୍ବରୁ ଓଡ଼ିଶା ପ୍ରଭାରୀ ମଧ୍ୟ ଥିଲେ  । ଯଦି ନବୀନ ତାଙ୍କୁ ସମର୍ଥନ କରିଥା’ନ୍ତେ ତେବେ ବିଜେପି ଏହାକୁ ଏକ ପ୍ରସଙ୍ଗ କରିଥା’ନ୍ତା  । ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଲିଙ୍କକୁ ନେଇ ପ୍ରଚାର କରାଯାଇଥା’ନ୍ତା  । ଉପା ପକ୍ଷରୁ ଯଦି ଅନ୍ୟ କୌଣସି ଦଳର ସାଂସଦଙ୍କୁ ପ୍ରାର୍ଥୀ କରାଯାଇଥା’ନ୍ତା ହୁଏତ ନବୀନ ସେନେଇ ଚିନ୍ତା କରିପାରିଥା’ନ୍ତେ  । କିନ୍ତୁ ଅପରପକ୍ଷରେ ଏନଡ଼ିଏ ପକ୍ଷରୁ ବିଜେପି ସାଂସଦଙ୍କୁ ପ୍ରାର୍ଥୀ କରାଯାଇନାହିଁ  । ଜେଡ଼ିୟୁର ପ୍ରାର୍ଥୀ ହୋଇଛନ୍ତି  ।  ତେଣୁ ନବୀନ ଜେଡ଼ିୟୂ ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି ବୋଲି ବାର୍ତା ଦେଇପାରିବେ  । ଫଳତଃ ବିଜେପି ଓ କଂଗ୍ରେସ ଠାରୁ ନବୀନଙ୍କ ସମଦୂରତ୍ୱ ଆଭିମୁଖ୍ୟ କାଏମ ରହିପାରିବ  ।

    ୫. ବିଜେଡ଼ି ସମାନ ଢ଼ଙ୍ଗରେ ସ୍ପଷ୍ଟୀକରଣ ଦେଇସାରିଛି  । ବିଜେଡ଼ି ସର୍ବସମ୍ମତ ନିଷ୍ପତିକୁ ଅପେକ୍ଷା କରିଥିଲେ  । କିନ୍ତୁ ସେଭଳି ହେଲା ନାହିଁ  । ବିଜେଡ଼ିର କହିବା କଥା ହେଉଛି ଜେଡ଼ିୟୂ ଓ ବିଜେଡ଼ି ଅତୀତରେ ଜନତା ଦଳ ପରିଧି ଭିତରେ ଥିଲେ  । ସମଭାବାପନ୍ନ ଦଳ ହୋଇଥିବାରୁ ଦଳ ତାଙ୍କୁ ସମର୍ଥନ କରିଛି  । ସେହିପରି ହରିପ୍ରସାଦ ଓଡ଼ିଶା କଂଗ୍ରେସର ପ୍ରଭାରୀ ଥିଲେ  । ସେ ବିଜେଡ଼ିକୁ ବିରୋଧ କରି ଆସୁଥିଲେ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook