Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କ ସହ କଥା ହେଲେ ମୋଦି

    Share on :
    Date: Aug 8, 2018    Views: 2519

    ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କାହାକୁ ଭୋଟ ଦେବ ବିଜୁ ଜନତା ଦଳ  । ଏନଡ଼ିଏ ପ୍ରାର୍ଥୀ ଜେଡ଼ିୟୂ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡ଼ି ସମର୍ଥନ କରିବ ନା କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ଭୋଟ ଦେବ ? ଏଯାବତ ତାହା ସ୍ପଷ୍ଟ ହୋଇନାହିଁ  । ଉପା କିମ୍ବା ଏନଡ଼ିଏର ସଂଖ୍ୟା ନଥିବାବେଳେ ନବୀନଙ୍କ ବିଜେଡ଼ି ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ  । ନବୀନଙ୍କୁ ନିଜ ପଟକୁ ନେବା ପାଇଁ ଉଭୟ ଉପା ଓ ଏନଡ଼ିଏ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ନବୀନଙ୍କ ସହ ଆଲୋଚନା କରିଥିବା ଜାଣିବାକୁ ମିଳିଛି  । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ମୋଦି ଅନୁରୋଧ କରିଛନ୍ତି  । ଜାତୀୟ ଗଣମାଧ୍ୟମରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି  ।

    ସୂଚନାଯୋଗ୍ୟଯେ, ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନବୀନଙ୍କ ସହ ଆଲୋଚନା କରିଥିଲେ  । ସେହିପରି ଏନଡ଼ିଏ ପ୍ରାର୍ଥୀ ହରିବଂଶ ସିଂହ ମଧ୍ୟ ଆଜି ସଂସଦରେ ବିଜେଡ଼ି ସାଂସଦମାନଙ୍କୁ ଭେଟି ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି  । ଅପରପକ୍ଷରେ କଂଗ୍ରେସ ପକ୍ଷରୁ ମଧ୍ୟ ନବୀନଙ୍କ ସହ ଯୋଗାଯୋଗ କରାଯାଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook