Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ତାରା କହିଲେ, ରବି ନନ୍ଦଙ୍କ ଧାରଣା ପଛରେ କୃଷ୍ଣ ସଗରିଆଙ୍କ ହାତ

    Share on :
    Date: Aug 8, 2018    Views: 1667

    ଭୁବନେଶ୍ୱର : ପୁଣି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କ ମଧ୍ୟରେ ବିବାଦ ସୃଷ୍ଟିହୋଇଛି  । କଂଗ୍ରେସ ଭବନରେ ବରିଷ୍ଠ ନେତାମାନେ ଦୁଇ ଜଣଙ୍କୁ ଏକାଠି କରିଥିଲେ ମଧ୍ୟ ଦିନା କେତେ ପରେ ଉଭୟଙ୍କ ମଧ୍ୟରେ ଫାଟ ଜଳଜଳ କରି ପ୍ରତୀୟମାନ ହୋଇଛି  । ଜୟପୁରରେ ମେଡ଼ିକାଲ କଲେଜ ଦାବିରେ ଜୟପୁରର ପୂର୍ବତନ ବିଧାୟକ ତଥା ବିଜେଡ଼ି ନେତା ରବି ନାରାୟଣ ନନ୍ଦ ଧାରଣା ଦେଇଛନ୍ତି  । ଯାହାକୁ ନେଇ ତାରା କହିଛନ୍ତିଯେ, ରବି ନନ୍ଦ ଭେଳିକି ଦେଖାଉଛନ୍ତି  । ରାଜ୍ୟରେ ତାଙ୍କର ସରକାର ଅଛି  । ସେମାନେ ଚାହିଁଲେ ମେଡ଼ିକାଲ କଲେଜ କରିପାରିବେ  । ଧାରଣା ଏକ ଭେଳିକି ବୋଲି କହିଛନ୍ତି  । ସେହିପରି ଏହାକୁ ନେଇ ସେ ସଗରିଆଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି  । ତାରା କହିଲେଯେ, ରବି ନନ୍ଦଙ୍କ ଧାରଣା ପଛରେ କୃଷ୍ଣ ସଗରିଆଙ୍କ ହାତ ରହିଛି  । ଦୁଇ ଜଣ ମିଶି ଏଭଳି ନାଟକ କରିଥିବା ନେଇ ତାରା ଅଭିଯୋଗ କରିଛନ୍ତି  । ଯାହା ପୁଣି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚାର ବିଷୟ ପାଲଟିଛି  । ପୂର୍ବରୁ ତାରା ଓ କୃଷ୍ଣଙ୍କ ମଧ୍ୟରେ ବିବାଦ ରହିଥିଲା  । ଏମିତିକି ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିକଟରେ କୃଷ୍ଣ ଫେରାଦ ମଧ୍ୟ ହୋଇଥିଲେ  । ପରେ ରାହୁଲ ଏହାକୁ ଗୁରୁତର ସହ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପିସିସିକୁ ଦାୟିତ୍ୱ ଦେଇଥିଲେ  । ପିସିସି ପକ୍ଷରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା  । ତେବେ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ନବ ଦାସ ଉଭୟଙ୍କ ଡାକି ବୁଝାସୁଝା କରିବା ପରେ ବିବାଦର ଯବନିକା ପଡ଼ିଥିଲା  । ଉଭୟ ଗଣମାଧ୍ୟମରେ ପୂର୍ବରୁ ଥିବା ଭୁଲ ବୁଝାମଣା ଦୂର ହୋଇଛି ବୋଲି କହିଥିଲେ  । 

    Maximum 500 characters

    ରାଜନୀତି View all

    Find Us on Facebook