Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଏଚଆରଡିସି ମାମଲାରେ ଦୁଇଜଣଙ୍କୁ ଜେଲ

    Share on :
    Date: Aug 8, 2018    Views: 427

    ଭୁବନେଶ୍ୱର: ଓଏଚଆରଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଆଜି ଦୁଇଜଣଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ତକ୍ରାଳୀନ ଆକାଉଣ୍ଟସ ଅଫିସର ପ୍ରଦୀପ ରାଉତ ଓ ଆକାଉଣ୍ଟାଣ୍ଟ ଚିତ୍ତ ମଲ୍ଲିକଙ୍କୁ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି ।  ଉଭୟଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ହୋଇଛି । ଆଇଏଏସ ବିନୋଦ କୁମାରଙ୍କୁ ମଧ୍ୟ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜି ଉଭୟ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ । 

    ଓଏଚଆରଡ଼ିସି ଦୁର୍ନୀତିରେ ଅଭିଯୁକ୍ତ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ  ହାଇକୋର୍ଟ ବିନୋଦଙ୍କ ସମେତ ୫ ଜଣଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ ।

    ଓଏଚଆରଡ଼ିସି ଦୁର୍ନୀତିର ଖୋଳତାଡ଼ ଚାଲିଥିବାବେଳେ ସେଥିରେ ବିନୋଦ କୁମାରଙ୍କ ସଂପୃକ୍ତି ନେଇ ଭିଜିଲାନ୍ସ ତଥ୍ୟ ପ୍ରମାଣ ପାଇଥିଲା  । ଭିଜିଲାନ୍ସ କୋର୍ଟରେ ବିନୋଦଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା  । ତଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ବିନୋଦଙ୍କ ସମେତ ୫ ଜଣ ହାଇକୋର୍ଟଙ୍କୁ ଜାଇଥିଲେ  । ତେବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାନ୍ତି  ।

    ସୂଚନାଯୋଗ୍ୟଯେ, ବିନୋଦ କୁମାରଙ୍କ ବିରୋଧରେ ୫୫ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଛି  । ବିନୋଦଙ୍କ ସମେତ ସଂଜୟ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଦାସ, ଚିତରଂଜନ ମହାନ୍ତି, ଆଶିଷ ନାୟକ ଓ ପ୍ରଦୀପ ରାଉତଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଥିଲା  । ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବାବେଳେ ଭିଜିଲାନ୍ସ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ  ।  ସଂଜୟଙ୍କୁ କୋର୍ଟ ୯ ବର୍ଷ ଜେଲ ଓ ୭୫ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ  । 

    Maximum 500 characters

    ତାଜା ଖବର View all

    Find Us on Facebook