Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କୋଣାର୍କ ପ୍ରବେଶ ଶୁଳ୍କ ବୃଦ୍ଧି

    Share on :
    Date: Aug 8, 2018    Views: 67

    କୋଣାର୍କ: ବଢିଲା କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ । ହଠାତ ଏଏସଆଇ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପ୍ରବେଶ ଶୁଳ୍କ ବୃଦ୍ଧି କରିଛନ୍ତି । ସ୍ଥାନୀୟ ଦର୍ଶକମାନଙ୍କ ପ୍ରବେଶ ଶୁଳ୍କରେ ୧୦ ଟଙ୍କା ବୃଦ୍ଧି ପାଇଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । 
    ଗତକାଲି ରାତିରେ ଏଏସଆଇ ପକ୍ଷରୁ ଟିକଟ କାଉଣ୍ଟରରେ ଭାରତୀୟମାନଙ୍କ ପାଇଁ ପ୍ରବେଶ ଶୁଳ୍କ ୪୦ ଟଙ୍କା ଓ ବିଦେଶୀମାନଙ୍କ ପାଇଁ ୬୦୦ ଟଙ୍କାର ନୋଟିସ ମରାଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବୁଧବାର ସକାଳେ ନାଗରିକ ସଙ୍ଗଠନ ଓ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାସଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇଥିଲା । ଟିକଟ କାଉଣ୍ଟର ଓ ମୁଖ୍ୟ ଗେଟକୁ ବନ୍ଦ କରିଦିଆଯାଇଥିଲା । ପରେ ପୁଲିସ ହସ୍ତକ୍ଷେପ କରିବାରୁ କୋଣାର୍କ ମନ୍ଦିରରେ  ଗେଟ ଖୋଲିଥିଲା । ଯଦି ଏଏସଆଇ କର୍ତ୍ତୃପକ୍ଷ ତୁରନ୍ତ ଏହି ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର ନକରନ୍ତି ତେବେ ଏହା ବିରୋଧରେ ଜୋରଦାର ଆନେ୍ଦାଳନ କରିଯିବ ବୋଲି କୋଣାର୍କ ସୁରକ୍ଷା ସମିତିର ସଭାପତି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook