Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୧୧ରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ

    Share on :
    Date: Aug 8, 2018    Views: 51

    ଭୁବନେଶ୍ୱର: ଅଗଷ୍ଟ ୧୧ରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ । ପୂର୍ବରୁ ଫେବୃଆରୀ ୧୫ ଏବଂ ଜୁଲାଇ ୧୩ରେ ସୂର୍ଯ୍ୟପରାଗ ହୋଇଥିଲା । ଏହି ପରାଗ କେତେକ ରାଶି ପାଇଁ ଶୁଭଫଳ ପ୍ରଦାନ କରୁଥିବାବେଳେ ଆଉ କେତେକ ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିପାରେ । ଅଗଷ୍ଟ ୧୧ ଶନିବାର ଦିନ ଲାଗିବାକୁ ଥିବା ଏହି ସୂର୍ଯ୍ୟପରାଗ ଅପରାହ୍ନ ୧.୩୨ ମିନିଟରେ ଆରମ୍ଭ ହେବ । ପରାଗର ଅଶୁଦ୍ଧିକାଳ ୧୦ ଅଗଷ୍ଟ ରାତି ୧୨ଟା ପର ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ସନ୍ଧ୍ୟା ୫ଟା ଯାଏଁ ରହିବ । ତେବେ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହା ଚୀନ, ଆମେରିକା, ଦକ୍ଷିଣକୋରିଆ ଏବଂ ମସ୍କୋରେ ଦୃଶ୍ୟମାନ ହେବ । ଗତ ସୂର୍ଯ୍ୟପରାଗ ପରି ଏହା ମଧ୍ୟ ଆଂଶିକ ରହିବ । ସୂର୍ଯ୍ୟପରାଗ କର୍କଟ ରାଶି ହୋଇଯାଉଥିବାରୁ ମେଷ, ମକର, ତୁଳା ଏବଂ କୁମ୍ଭ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ । କର୍କଟ, ମିଥୁନ ଓ ସିଂହ ରାଶି ପାଇଁ ଅଶୁଭ ଫଳ ଦେବ । ଏହି ରାଶିର ବ୍ୟକ୍ତିମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଖର୍ଚ୍ଚକୁ ନେଇ ଧ୍ୟାନ ଦେବା ଆବଶ୍ୟକ ଜ୍ୟୋତିଷମାନଙ୍କ ଠାରୁ ପ୍ରକାଶ ।

    Maximum 500 characters

    ଆଂଚଳିକ View all

    Find Us on Facebook