Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଘରକୁ ଘର ବୁଲି ବଣ୍ଟାଯିବ ବିଜୁ ସ୍ୱାସ୍ଥ୍ୟକାର୍ଡ

    Share on :
    Date: Aug 8, 2018    Views: 5237

    ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରୂପରେଖ ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ଯୋଜନାରେ ରାଜ୍ୟର ୭୦ଲକ୍ଷ ୯୦ ହଜାରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯିବ । ଅଗଷ୍ଟ ୧୫ରୁ ଏହି କାର୍ଡ ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବା ପରେ ଏକ ସପ୍ତାହ ମଧ୍ୟରେ ପ୍ରତ୍ୟେକ ଘର ଘର ବୁଲି ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ସେଥିପାଇଁ ଅଙ୍ଗନୱାଡ଼ି କର୍ମୀ, ଗ୍ରାମସେବକ ଓ ଅନ୍ୟମାନଙ୍କୁ ନିୟୋଜିତ କରାଯିବ । ପ୍ରତି କାର୍ଡ ବଣ୍ଟନ ପାଇଁ ୧ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ପ୍ରତି ଗାଁର କାଗଜପତ୍ର ଖର୍ଚ୍ଚ ପାଇଁ ୧୦୦ ଟଙ୍କା ପ୍ରଦାନ କରାଯିବ । ପ୍ରତିଦିନ କେତେ କାର୍ଡ ବଣ୍ଟାଗଲା ସେ ସଂପର୍କରେ ଗ୍ରାମସେବକମାନେ ବ୍ଲକକୁ ରିପୋର୍ଟ ଦେବେ । ବ୍ଲକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିବ । ସେହି କମିଟି ପ୍ରତିଦିନ ସଂଧ୍ୟା ସୁଦ୍ଧା କାର୍ଡ ପ୍ରଦାନର ରିପୋର୍ଟ ଜିଲ୍ଲା କମିଟିକୁ ପଠାଇବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା କମିଟି ବ୍ଲକଗୁଡ଼ିକର ତଥ୍ୟକୁ ସମ୍ବଳିତ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇବ । ପ୍ରତି ଜିଲ୍ଲାର ତଥ୍ୟକୁ ସମ୍ବଳିତ କରି ରାଜ୍ୟସ୍ତରରେ ଆବଶ୍ୟକ କାର୍ଡ ଜିଲ୍ଲାକୁ ପଠାଯିବ । ରାଜ୍ୟରେ ପଂଜୀକୃତ ୪୪,୦୮,୦୭୦ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ଥିବା ୨୫,୬୧,୬୦୨ଜଣ ହିତାଧିକାରୀଙ୍କୁ ଏହି ପତ୍ର ବଣ୍ଟନ କରାଯିବ । ଏହା ବ୍ୟତୀତ ବାକି ୧୨ଲକ୍ଷ ୮ ହଜାର ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ ।

    Maximum 500 characters

    ଅଧିକ ମତାମତ

    Dear Sir, please send bsky details

    Nityananda Dalai

    Aug 8, 2018

    ଯୋଜନା ଓ ବିକାଶ View all

    Find Us on Facebook